ଗିରଫ ହେଲେ କର୍ଣ୍ଣାଟକର କଂଗ୍ରେସ ବିଧାୟକ । ଶନିବାର ଦିନ କର୍ଣ୍ଣାଟକର କଂଗ୍ରେସ ବିଧାୟକ କେସି ବୀରେନ୍ଦ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ବିଧାୟକ ବୀରେନ୍ଦ୍ରଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଛି। ଶୁକ୍ରବାର ଦିନ ଇଡି ବୀରେନ୍ଦ୍ରଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏହି ସମୟରେ ୧୨ କୋଟିରୁ ଅଧିକ ନଗଦ ଏବଂ ସୁନା ଏବଂ ରୂପା ଜବତ କରାଯାଇଥିଲା। ଏହା ସହିତ, ଏକ କୋଟିରୁ ଅଧିକ ବିଦେଶୀ ମୁଦ୍ରା ମଧ୍ୟ ଜବତ କରାଯାଇଛି। ବେଙ୍ଗାଲୁରୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ୨୨ ଏବଂ ୨୩ ଅଗଷ୍ଟରେ ସାରା ଦେଶରେ ଏକ ବଡ଼ ଅଭିଯାନରେ ଏକ ବେଆଇନ ବେଟିଂ ଏବଂ ଅନଲାଇନ୍ ଗେମିଂ ରାକେଟର ପର୍ଦ୍ଦାଫାସ କରିଛି। ଏହି ମାମଲା କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ବିଧାୟକ କେସି ବୀରେନ୍ଦ୍ର ଏବଂ ତାଙ୍କ ନିକଟତର ସହଯୋଗୀଙ୍କ ସହ ଜଡିତ।
ସ୍ବଚନା ଅନୁଯାଇ, ଇଡି ଦଳଗୁଡ଼ିକ ଏକକାଳୀନ ଗ୍ୟାଙ୍ଗଟକ୍, ଚିତ୍ରଦୁର୍ଗ, ବେଙ୍ଗାଲୁରୁ, ହୁବଲି, ଯୋଧପୁର, ମୁମ୍ବାଇ ଏବଂ ଗୋଆ ସମେତ ୩୧ଟି ସ୍ଥାନରେ ଚଢାଉ କରିଥିଲେ। ଚଢାଉ ସମୟରେ, ଇଡି ପ୍ରାୟ ୧୨ କୋଟି ଟଙ୍କା ନଗଦ ଜବତ କରିଛି, ଯେଉଁଥିରେ ୧ କୋଟି ଟଙ୍କାର ବିଦେଶୀ ମୁଦ୍ରା, ପ୍ରାୟ ୬ କୋଟି ଟଙ୍କାର ସୁନା, ୧୦ କିଲୋ ରୂପା ଏବଂ ଚାରୋଟି ବିଳାସପୂର୍ଣ୍ଣ କାର ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଏବଂ ୨ଟି ଲକରକୁ ମଧ୍ୟ ଫ୍ରିଜ୍ କରାଯାଇଛି।
ତଦନ୍ତରୁ ଜଣାପଡିଛି ଯେ ବିଧାୟକ ବୀରେନ୍ଦ୍ର କିଙ୍ଗ ୫୬୭ ଏବଂ ରାଜା୫୬୭ ଭଳି ଅନେକ ଅନଲାଇନ୍ ବେଟିଂ ସାଇଟ୍ ଚଳାଉଥିଲେ। ତାଙ୍କ ଭାଇ କେ.ସି. ଥିପାସ୍ୱାମୀ ଦୁବାଇରୁ ତିନୋଟି କମ୍ପାନୀ ଡାଇମଣ୍ଡ ସଫ୍ଟେକ୍, ଟିଆରଏସ ଟେକ୍ନୋଲୋଜି ଏବଂ ପ୍ରାଇମ୍ ୯ ଟେକ୍ନୋଲୋଜି ମାଧ୍ୟମରେ ଏହି ବ୍ୟବସାୟ ପରିଚାଳନା କରୁଥିଲେ। ଶନିବାର ଦିନ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ଇଡି ତାଙ୍କୁ ବେଙ୍ଗାଲୁରୁ କୋର୍ଟକୁ ନେବା ପାଇଁ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇଥିଲା।