ଆମେରିକାରୁ ଖସି ଆସିଥିବା ପଳାତକ ମହିଳା ଭାରତରୁ ଗିରଫ…

ଆମେରିକାର ୧୦ ଜଣ ମୋଷ୍ଟ ୱାଣ୍ଟେଡ୍ ପଳାତକଙ୍କ ତାଲିକାରେ ସାମିଲ ଥିବା ଜଣେ ମହିଳାଙ୍କୁ ଭାରତରୁ ଗିରଫ କରାଯାଇଛି। ମହିଳା ଜଣଙ୍କ ତାଙ୍କ ୬ ବର୍ଷର ପୁଅକୁ ହତ୍ୟା କରିଥିବା ଅଭିଯୋଗ ତାଙ୍କ ନାଁରେ ମାମଲା ରହିଛି । ଆମେରିକୀୟ ଏଜେନ୍ସି ଫେଡେରାଲ୍ ବୁ୍ୟରୋ ଅଫ ଇନଭେଷ୍ଟିଗେସନ( FBI) ଭାରତରୁ ଅଭିଯୁକ୍ତ ମହିଲାଙ୍କୁ ଗିରଫ କରି ବିଚାର ପାଇଁ ଆମେରିକା ଫେରାଇନେଇଛି । ସୂଚନା ଅନୁସାରେ ଏହି ମହିଳା ଜଣକ ହେଉଛନ୍ତି ସିଣ୍ଡିଅ ରୋଡ୍ରିଗେଜ ସିଂହ । ତାଙ୍କ ନାମରେ ଦୁଇଟି ମାମଲା ରହିଛି । ଗୋଟେ ହେଉଛି ବେଆଇନ ଭାବେ ଖସି ଯିବା ଏବଂ ଅନ୍ୟଟି ହେଉଛି ଟେକ୍ସାସ ରାଜ୍ୟରୁ 10 ବର୍ଷରୁ କମ୍ ବୟସର ଶିଶୁକୁ ହତ୍ୟା କରିବା  ପାଇଁ ଅନ୍ୟ ଏକ ୱାରେଣ୍ଟ। ସିଣ୍ଡି ଉପରେ $2,50,000 ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା ।

ଏଫବିଆଇ କହିଛି ଯେ ରୋଡ୍ରିଗେଜଙ୍କ ପୁଅ ନୋଏଲ ଆଲଭାରେଜ ୨୦୨୨ ମସିହାରୁ ନିଖୋଜ ଥିଲେ, କିନ୍ତୁ  ତାଙ୍କର ନିଖୋଜ ଅଭିଯୋଗ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଦାଖଲ ହୋଇନଥିଲା। ଯେତେବେଳେ ଏଫବିଆଇ ତାଙ୍କ ମାଆ ରୋଡ୍ରିଗେଜଙ୍କୁ ନୋଏଲ ବିଷୟରେ ପଚରାଯାଇଥିଲା। ସେ ମିଛ କହିଥିଲେ ଯେ ତାଙ୍କ ପୁଅ ତାଙ୍କ ପ୍ରକୃତ ପିତାଙ୍କ ସହିତ ମେକ୍ସିକୋରେ ଅଛି। ଏହାର ଦୁଇ ଦିନ ପରେ ରୋଡ୍ରିଗେଜ ତାଙ୍କ ସ୍ୱାମୀ ଅର୍ଶଦୀପ ସିଂହ ଏବଂ ୬ ପିଲାଙ୍କ ସହିତ ଭାରତ ଚାଲିଯାଇଥିଲେ। କିନ୍ତୁ ତା’ପରେ ସେ ଫେରି ନଥିଲେ। ୬ ପିଲାଙ୍କ ମଧ୍ୟରେ ନୋଏଲ ନଥିଲେ। ପରେ ନୋଏଲଙ୍କ ମୃତ୍ୟୁ ସାମ୍ନାକୁ ଆସିଥିଲା।

ଏଫବିଆଇ କହିଛି ଯେ ରୋଡ୍ରିଗେଜ ସିଂହ ଭାରତ ଯିବା ପରେ , ତାଙ୍କ ଉପରେ ଟେକ୍ସାସ ଜିଲ୍ଲା କୋର୍ଟରେ ତାଙ୍କ ପୁଅକୁ ହତ୍ୟା କରିବା ଅଭିଯୋଗ ହୋଇଥିଲା ଏବଂ ନଭେମ୍ବରରେ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରାଯାଇଥିଲା। ରୋଡ୍ରିଗେଜ ଭାରତରେ ଥିବା ଜଣାପଡ଼ିବା ପରେ, ଏଫବିଆଇ ତାଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଏବଂ ଇଣ୍ଟରପୋଲଙ୍କ ସହଯୋଗରେ ଗିରଫ କରିଥିଲା । ଏଫବିଆଇ ଅଧିକାରୀଙ୍କ ଅନୁଯାୟୀ, ରୋଡ୍ରିଗେଜ ସିଂହଙ୍କ ପୁଅ ନୋଏଲର ଅନେକ ସ୍ୱାସ୍ଥ୍ୟ ରୋଗ ଥିଲା, ଯେଉଁଥିରେ ଗୁରୁତର ବିକାଶଗତ ବିକାର, ଫୁସଫୁସ ଇଡିମା ଏବଂ ଏସୋଟ୍ରୋପିଆ ଅନ୍ତର୍ଭୁକ୍ତ ।