ବାଲେଶ୍ବର: ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ମୁଖ୍ୟ ଅଭିଯୁକ୍ତ ସମୀର ସାହୁଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍ବ୍ରାଞ୍ଚ । ଅଧ୍ୟାପକ ସମୀର ସାହୁଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଆଜିଠୁ ୨୦ ତାରିଖ ଯାଏଁ କ୍ରାଇମବ୍ରାଞ୍ଚ କରିବ ପଚରାଉଚରା । ଅଧ୍ୟାପକ ସମୀର ସାହୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଥିଲେ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଘଟଣାର ଅଧିକ ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ଏଫ୍ଏମ୍ ଛାତ୍ରୀ ଆତ୍ମହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ HOD ସମୀର ସାହୁ। ଜୁଲାଇ ୧୨ ତାରିଖରେ ସମୀରଙ୍କୁ କଲେଜ ପରିସରରରୁ ଗିରଫ କରିଥିଲା ।