ବାହାର ରାଜ୍ୟକୁ କାମ କରିବାକୁ ଯାଇ, ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବକଡାବେଡା ଗ୍ରାମର ମୃତକଙ୍କ ପରିବାରକୁ ଭେଟିଲେ ଝରୀଗାଁ ବିଧାୟକ ଶ୍ରୀଯୁକ୍ତ ନରସିଂହ ଭତ୍ରା । ପରିବାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପରିବାର ପିଛା ଚାରିଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ । ସୂଚନା ଅନୁଶାରେ, ବକଡାବେଡା ଗ୍ରାମରୁ କାମ କରିବାଲାଗି ତେଲେଙ୍ଗାନା ଯାଇଥିବା ତିନିଜଣ ଶ୍ରମିକଙ୍କୁ ଏକ ଟାଟା ଏସି ଗାଡି ପଛପଟୁ ଧକ୍କା ଦେଇଥିଲା । ଯାହା ଦ୍ୱାରା ଘଟଣା ସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଶବ ଯେତେବେଳେ ଗାଁରେ ପହଞ୍ଚିଥିଲା, ଗ୍ରାମମାବାସୀ ଏବଂ ମୃତ ପରିବାର ସଦସ୍ୟଙ୍କ ସହ ବିରୋଧୀ ଦଳର ନେତା ରାସ୍ତା ଉପରେ କ୍ଷତି ପୂରଣ ଦାବି କରି ନବରଙ୍ଗପୁର ଉମରକୋଟ ରାସ୍ତାକୁ ଅବରୋଧ କରିଥିଲେ । ଏବେ ବିଧାୟକ ଶ୍ରୀଯୁକ୍ତ ଭତ୍ରା ଏହି ତିନି ପରିବାରଙ୍କୁ ଭେଟିବା ସହିତ ପରିବାର ପିଛା ମୁଖ୍ୟମନ୍ତୀ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗେଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ।

