ଉମରକୋଟ: ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ବନ୍ଦ ଡାକରା । ଆସନ୍ତାକାଲି ୧୨ ଘଣ୍ଟିଆ ରାଇଘର ବ୍ଲକ ବନ୍ଦ ଡାକରା ଦେଲା ବିଜେଡି । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବିଜେଡିର ବନ୍ଦ ପାଳନ ଡାକରା । ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିଜେଡିର ବନ୍ଦ ଡାକରା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ମନୋହର ରନ୍ଧାରୀ । ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ନର୍ସିଂ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘ ୧୫ ଦିନରୁ ଅଧିକ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ମଧ୍ୟ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ଏକତରଫା ପ୍ରେମ କରୁଥିବା ଯୁବକ ବାରମ୍ଵାର ହଇରାଣ କରିବାରୁ ବିଷ ପିଇ ଦେଇଥିଲେ ନର୍ସିଂ ଛାତ୍ରୀ। ଯୁବକଙ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହି ନପାରି ସେ ଏପରି ଚରମ ନିଷ୍ପତ୍ତି ନେଇଥିଲେ। ଗତ ଜୁଲାଇ ୨୨ ତାରିଖରେ ରାଇଘର ଥାନାରେ ଛାତ୍ରୀଙ୍କ ପରିବାର ଲୋକେ ସଂପୃକ୍ତ ଯୁବକ ବିରୋଧରେ ଏତଲା ଦେଇଥିଲେ।