ଘାଇକୁ ଖସିଲା ସିଆରପିଏଫ ଯବାନଙ୍କ ଗାଡି; ୨ ଯବାନ ସହିଦ

ଜମ୍ମୁ;ବସନ୍ତଗଡରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ସିଆରପିଏଫ ଯବାନଙ୍କ ଗାଡି ଗଭୀର ଘାଇକୁ ଖସିପଡିଛି । ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲା କଣ୍ଡୱା ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଏହି ଦୁର୍ଘଟଣାରେ ୨ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର ଦଳ ଉପସ୍ଥିତ ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂ ଦୁଃଖ ପ୍ରକାଶ କରିଛନ୍ତି । ଗାଡିଟି ଘାଇରେ କେମିତି ଖସିଲା ତାହାର କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ପୋଲିସ ତଦନ୍ତରେ ଲାଗିଛି ଏବଂ ଦୁର୍ଘଟଣାର କାରଣ ଖୋଜି ବାହାର କରୁଛି ବୋଲି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂ । ସେ ଏହାମଧ୍ୟ ଲେଖିଛନ୍ତି ଗାଡିରେ ସିଆରପିଏଫର ଅନେକ ସାହାସୀ ଯବାନ ଥିଲେ । ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଛି । ସିଆରପିଏଫ୍ ତରଫରୁ କୁହାଯାଇଛି, ୧୮୭ ତମ ବାଟାଲିୟନର ଏକ ଗାଡି ଯେଉଁଥିରେ ୧୮ଜଣ ଯବାନ ଥିଲେ ।