ସାମ୍ନାକୁ ଆସିଲା ସୌମ୍ୟାଶ୍ରୀଙ୍କ ନୂଆ ଭିଡିଓ, ଘଟଣାରେ ABVPର ପ୍ରେସ୍ ରିଲିଜ୍

ବାଲେଶ୍ୱର: ବାଲେଶ୍ୱର FM ଛାତ୍ରୀ ଆତ୍ମାହୁତି ଘଟଣାରେ ABVPର ପ୍ରେସ୍ ରିଲିଜ୍ । ରାଜନୈତିକ ଷଡ଼ଯନ୍ତ୍ରରେ ଛାତ୍ରଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛି ABVP । ଛାତ୍ରୀଙ୍କୁ ରକ୍ଷା କରିଥିବା ଛାତ୍ରଙ୍କୁ ଦାୟୀ କରି ଗିରଫ କରିବା ଏକ ଷଡ଼ଯନ୍ତ୍ର । ଓଡ଼ିଶା ପୋଲିସ୍‌ ରାଜନୈତିକ ତତ୍ତ୍ୱମାନଙ୍କୁ ସୁରକ୍ଷା ଦେବା ବନ୍ଦ କରିବା ଉଚିତ୍ । ଓଡ଼ିଶା ପୋଲିସର ମନୋଭାବ ଚିନ୍ତାର ବିଷୟ ବୋଲି କହିଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।

ସେପଟେ ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣାରେ ଦିନକୁ ଦିନ ଖୋଲୁଛି ନୁଆ ରହସ୍ୟ । ଏବେ ସାମ୍ନାକୁ ଆସିଛି ସୌମ୍ୟାଶ୍ରୀ ବିଶିଙ୍କ ଆଉ ଏକ ସିସିଟିଭି ଫୁଟେଜ୍ ।  ଘଟଣା ଦିନ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା ।  ସାଇକେଲରେ ଯାଇ ପେଟ୍ରୋଲ ପମ୍ପରୁ ନିଜେ ପେଟ୍ରୋଲ ଆଣିଥିଲେ ସୌମ୍ୟାଶ୍ରୀ । ତେବେ ଏହି ସିସିଟିଭି ଫୁଟେଜଟି ଗତ ଜୁଲାଇ ୧୨ ତାରିଖ ଦିନ ୧୦ଟା ୪ ମିନିଟର । ଘଟଣା ଦିନ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ସହ ମିଟିଂ ପରେ ବାହାରକୁ ଯାଇଥିଲେ ।  ସେଠାରୁ ନିଜେ ସାଇକେଲରେ ଯାଇ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଆଣିଥିଲେ । ପେଟ୍ରୋଲ ବ୍ୟାଗକୁ ବାହାରେ ରଖି ପୁଣି ଅଧ୍ୟକ୍ଷଙ୍କ ଚ୍ୟାମ୍ବରକୁ ଯାଇଥିଲେ ।  ସେଠାରୁ ବାହାରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି କରିଥିଲେ ବୋଲି ସୂଚନା ମିଳିଛି । ସେପଟେ ଉକ୍ତ ସିସିଟିଭି ଫୁଟେଜକୁ ନେଇ କ୍ରାଇମବ୍ରାଞ୍ଚର ତନାଘନା ଆରମ୍ଭ ହୋଇଛି।