ଆମେରିକାର ଧମକକୁ, ଭାରତର ବେଖାତିର

ଆମେରିକାର ଧମକକୁ, ଭାରତର ବେଖାତିର । ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଧମକ ପରେ ମଧ୍ୟ, ରୁଷଠାରୁ ତେଲ କିଣିବା ଜାରି ରଖିଛି ଭାରତ । ଖାଲି ସେତିକୁ ନୁହେଁ,  ଆଗକୁ ମଧ୍ୟ ରୁଷୀୟ ଯୋଗାଣକାରୀଙ୍କ ଠାରୁ ତେଲ କିଣିବା ଜାରି ରଖିବ ଭାରତ । ଗୋଟେପଟେ ରୁଷ ବିଶ୍ବର ଦ୍ବିତୀୟ ସର୍ବବୃହତ ଅଶୋଧିତ ତୈଳ ଉତ୍ପାଦକ ଦେଶ । ଏହାସହ ଅଶୋଧିତ ଓ ବିଶୋଧିତ ଉତ୍ପାଦ ପଠାଉଥିବା ଦେଶ ବି ରୁଷ । ବଜାରରୁ ରୁଷୀୟ ତୈଳ ବାହାର କରାଯିବାର ଭୟ ଏବଂ ପାରମ୍ପରିକ ବାଣିଜ୍ୟ ପ୍ରବାହର ବିସ୍ଥାପନ ଯୋଗୁଁ ମାର୍ଚ୍ଚ ୨୦୨୨ରେ ପୁରୁଣା ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୩୭ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଥିଲା । ଭାରତ ମଧ୍ୟ ୮୫ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ ନିର୍ଭରଶୀଳତା ସହିତ ଅନ୍ତର୍ଜାତୀୟ ମାନଦଣ୍ଡକୁ ପାଳନ କରି ସୁଲଭ ଶକ୍ତି ସୁରକ୍ଷିତ କରିବା ପାଇଁ ରଣନୀତିକ ଭାବରେ ଏହାର ଉତ୍ସୀକରଣକୁ ଅନୁକୂଳ କରିଛି । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ରୁଷ ଠରୁ ତୈଳ ଓ ଯୁଦ୍ଧାସ୍ତ୍ର କିଣିବା ଯୋଗୁ ଭାରତକୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ।