ପ୍ରକାଶ ପାଇଲା ବିଜ୍ଞପ୍ତି, ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET

ଭୁବନେଶ୍ଵର: ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET । ସ୍ପେଶାଲ୍ OTET ନେଇ ବୋର୍ଡ ପକ୍ଷରୁ ସୂଚନା । ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET । ସକାଳ ୯ଟାରୁ ୧୧.୩୦ ଯାଏଁ ପେପର୍‌-୧ ପରୀକ୍ଷା  ଏବଂ ଦିନ ୨ଟାରୁ ସାଢେ ୪ଟା ଯାଏଁ ପେପର୍‌-୨ ପରୀକ୍ଷା ହେବ । ଅଗଷ୍ଟ ୨୨ରୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ଆଡ୍‌ମିଟ୍ କାର୍ଡ । ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବ ପରୀକ୍ଷା ବାତିଲ୍ ହୋଇଥିଲା ।

ସେପଟେ ସେପଟେ OTET ପ୍ରଶ୍ନପତ୍ର ଲିକ୍‌ ମାମଲା ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଳାହାଣ୍ଡିର ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ଖମାରି । ପ୍ରଶାନ୍ତ ହିଁ ପ୍ରଶ୍ନପତ୍ର ଲିକ୍‌ ଘଟଣାର ଯୋଜନା ପ୍ରସ୍ତୁତ କରିଥିଲେ । ପୂର୍ବରୁ ଗିରଫ ହୋଇଥିବା ଶିକ୍ଷକ ନେତା ବିଜୟ କୁମାର ମିଶ୍ରଙ୍କ ସହ ମିଶି ଅପରାଧିକ ଷଡ଼ଯନ୍ତ୍ର କରିଥିଲେ ବୋଲି କ୍ରାଇମବ୍ରାଞ୍ଚ କହିଛି । ପ୍ରଶାନ୍ତଙ୍କୁ ମିଶାଇଲେ OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଏବେ ସୁଦ୍ଧା ୭ ଜଣଙ୍କୁ ବାନ୍ଧିଲାଣି କ୍ରାଇମବ୍ରାଞ୍ଚ ।