ଏଫ.ଏମ୍. କଲେଜ ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ନାବାଳକଙ୍କୁ ଜାଳିଦେବା ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ

ବାଲେଶ୍ୱର:- ଏଫ.ଏମ୍. କଲେଜ୍ ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗାରେ ଜଣେ ନାବାଳକଙ୍କୁ ଜାଳିଦେବା ମାମଲା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ପ୍ରତିଦିନ ଏହି ପ୍ରସଙ୍ଗରେ ବିରୋଧୀ ବିଜେଡି ଓ କଂଗ୍ରେସ ଶାସକ ଦଳକୁ ଟାର୍ଗେଟ କରୁଥିବାବେଳେ ଆଜି ଏହି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ। ନ୍ୟାୟିକ ତଦନ୍ତ ଦାବିରେ ଆରଡିସି କାର୍ଯ୍ୟାଳୟ ଘେରାଉ କରିଛି ବିଜୁ ଜନତା ଦଳ ।

ରାଜ୍ୟ ସରକାରଙ୍କ ଚରମ ଅବହେଳା, ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ପ୍ରତିବାଦ କରି ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ସମସ୍ତ ସଦସ୍ୟ, କର୍ମକର୍ତ୍ତା, ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି। ଆରଡିସିଙ୍କୁ ବିଜେଡି ପକ୍ଷରୁ ଦାବିପତ୍ର ଦିଆଯାଇଛି। ତେବେ କଟକ ଅଫିସ ଆଗରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ତତ୍ୱାବଧାନରେ ବିଜେଡି ଆନ୍ଦୋଳନ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛି । ଦାବୀପତ୍ରରେ ଏଫ୍.ଏମ୍. ପୀଡ଼ିତା ଆତ୍ମାହୁତି ମାମଲାରେ କ୍ରାଇମବ୍ରାଞ୍ଚ୍ ତଦନ୍ତ ପର୍ଯ୍ୟାପ୍ତ ନୁହେଁ, ବିଚାର ବିଭାଗୀୟ ତଦନ୍ତ ହେବାର ଆବଶ୍ୟକତା ଥିବା ବିଜେଡି କହିଛି ଏବଂ ବଳଙ୍ଗା ମାମଲାକୁ ମଧ୍ୟ ଗୁରୁତର ସହିତ ନେବା ପାଇଁ କହିଛି ବିଜେଡି। ସେହିପରି ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ଆରଡିସି ଅଫିସ ଆଗରେ ଆନ୍ଦୋଳନ କରି ଧାରଣା ଦେଇଛି ବିଜେଡି।