ଭୁବନେଶ୍ଵର: ଆଜି ହେବାକୁ ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ । ପେପର୍-୧ ଓ ପେପର୍-୨ ପରୀକ୍ଷା ସ୍ଥଗିତ ରହିଲା । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖୁବ୍ ଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିବ ବୋର୍ଡ । ତେବେ ଆଜି ହେବାକୁ ଥିବା ସ୍ଵତନ୍ତ୍ର OTETରେ ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଦେଇଥାନ୍ତେ ଏହି ପରୀକ୍ଷା । ଦୁଇଟି ସିଟିଂରେ ହେବାର ଥିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ସକାଳ ୯ ଟାରୁ ସାଢ଼େ ୧୧ ଟା ପେପର ୧ ଓ ଦିନ ୨ ଟାରୁ ସାଢ଼େ ୪ ଟା ପେପର ୨ ପରୀକ୍ଷା ହୋଇଥାନ୍ତା ।ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ହୋଇଥାନ୍ତା ପରୀକ୍ଷା । ମିଳିଥିବା ସୂଚନା ଅନୁସାରେ, ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଓଟିଇଟିର ପେପର୍-୧ ଓ ପେପର୍-୨ର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ଘୁରି ବୁଲୁଛି । ଦୁଇଟି ଯାକ ପେପର୍ର ଅଧିକାଂଶ ପ୍ରଶ୍ନ ଏବଂ ତା’ର ଉତ୍ତର ଓଡ଼ିଆ ଓ ଇଂରାଜୀର ହାତଲେଖା ପ୍ରଶ୍ନ ମୋବାଇଲ୍ରୁ ମୋବାଇଲ୍କୁ ଏବେ ଘୂରୁଥିବା ଦେଖିବାକୁ ମିଳୁଛି । ପ୍ରଶ୍ନପତ୍ର ଛପାଯିବା ସ୍ଥାନରୁ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ର ସତ୍ୟ ବୋଲି ଜଣାପଡ଼ିଛି । ଯାହାକୁ ନେଇ ପରୀକ୍ଷା ବାତିଲ କରାଯାଇଛି ।