ବାଲେଶ୍ଵର: FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ICCକୁ ପୀଡ଼ିତା ବାପାଙ୍କ ଗୁହାରି । ସତର୍କ କରିବା ସହ ଝିଅ କିଛି ବି କରିପାରେ ବୋଲି ପୂର୍ବରୁ ଚିଠି ଲେଖି ଜଣାଇଥିଲେ ପୀଡିତାଙ୍କ ବାପା । କଲେଜରେ ଏତେ ଶିକ୍ଷକ ଥିଲା ବେଳେ ସମୀର ସାରଙ୍କ ନାଁରେ ଅଭିଯୋଗ କାହିଁକି । ଝିଅ ୨୦-୨୨ ଦିନ କଲେଜ ଯାଇ ନ ଥିବା କଥା ସମୀର ସାର୍ଙ୍କୁ ଜଣାଇଥିଲି । ଝିଅ ପାଠ ପଢ଼ୁନି କହିବାରୁ ପାଠ ମନସ୍କ କରାଇବାକୁ କହିଥିଲି । କିନ୍ତୁ ଝିଅକୁ ପଚାରିବାରୁ ୪ ମିନିଟ୍ ବିଳମ୍ବ ହେବାରୁ ସାର୍ ବାହାରେ ଛିଡ଼ା କରାଇଥିବା ନେଇ କହିଥିଲା ଝିଅ । ସମୀର ସାର୍ ଅପମାନିତ କରି ବାହାର କରିଦେବା କଥା ଝିଅ କହିଥିଲା । ଝିଅର ସାଙ୍ଗମାନଙ୍କ ସହ କଥା ହୋଇ ମାନସିକ ଅବସାଦ କଥା ଜାଣିଲି । କ୍ଲାସ୍ରେ ୬ ବର୍ଷ ରଖିବେ କହି ଅପମାନିତ କରିଥିଲେ ସାର୍ । ଏଥିପାଇଁ କିଛି ପିଲା ଟାହି ଟାପରା କରୁଥବା ସାଙ୍ଗମାନେ କହିଥିଲେ । ସାର୍ଙ୍କ ଅଶାଳୀନ ମନ୍ତବ୍ୟ ଝିଅ ତା’ ମାଆକୁ କହିଥିଲା ବୋଲି କହିଛନ୍ତି ପୀଡିତାଙ୍କ ବାପା । ତେବେ FM କଲେଜ୍ ଛାତ୍ରୀ ମୃତ୍ୟୁ ଘଟଣାରେ ପୀଡିତାଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ପ୍ରଦାନ । ପରିବାରକୁ ଭେଟି ୨୦ ଲକ୍ଷର ଚେକ୍ ଦେଲେ ସାଂସଦ ପ୍ରତାପ ଷଡଙ୍ଗୀ । ପୂର୍ବରୁ ପୀଡିତାଙ୍କ ମୃତ୍ୟୁ ପରେ ୨୦ ଲକ୍ଷର ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ବାଲେଶ୍ବର ରେଡ୍କ୍ରସ ପକ୍ଷରୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।