ଭୁବନେଶ୍ୱର : ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ । ମୃତ୍ୟୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି । ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି । ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି ଏହା ଆତ୍ମହତ୍ୟା ନୁହେଁ, ଏହା ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା। ଯୌନ ଶୋଷଣ ବିରୋଧରେ ସାହାସୀ ଝିଅ ସୌମ୍ୟାଶ୍ରୀ ସ୍ଵର ଉଠାଇଥିଲା। କିନ୍ତୁ ନ୍ୟାୟ ମିଳିବା ପରିବର୍ତ୍ତେ ତାଙ୍କୁ ଧମକ ଦିଆଯାଇଛି, ଅପମାନିତ ମଧ୍ୟ କରାଯାଇଛି। ନୀରିହ ଝିଅକୁ ଆତ୍ମାହୁତି ପାଇଁ ବାଧ୍ୟ କରାଯାଇଛି। ଆଜି ଦେଶର ଝିଅ ମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦରକାର। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି ଓଡିଶା ହେଉ କିମ୍ବା ମଣିପୁର ସବୁଠି ଝିଅଙ୍କୁ ଦୁର୍ବ୍ୟବହାର କରାଯାଉଛି, କିନ୍ତୁ ଆପଣ ଚୁପ୍ ବସିଛନ୍ତି । ଦେଶକୁ ଆପଣଙ୍କ ନୀରବତା ନୁହେଁ, ଜବାବ ଦରକାର।
ओडिशा में इंसाफ़ के लिए लड़ती एक बेटी की मौत, सीधे-सीधे BJP के सिस्टम द्वारा की गई हत्या है।
उस बहादुर छात्रा ने यौन शोषण के ख़िलाफ़ आवाज़ उठाई – लेकिन न्याय देने के बजाय, उसे धमकाया गया, प्रताड़ित किया गया, बार-बार अपमानित किया गया।
जिन्हें उसकी रक्षा करनी थी, वही उसे तोड़ते…
— Rahul Gandhi (@RahulGandhi) July 15, 2025