ବିଜୁ ଜନତା ଦଳରୁ ସୁନୀତା ବିଶ୍ବାଳଙ୍କ ଇସ୍ତଫା

ଭୁବନେଶ୍ଵର: ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ସୁନୀତା ବିଶ୍ବାଳ । ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଦେଲେ ଇସ୍ତଫା । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଛନ୍ତି ସୁନୀତା । ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ନେଇ ସୂଚନା ମିଳିଛି । ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ଆସନରୁ ଲଢ଼ିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ହେଉଛନ୍ତି ସୁନୀତା ବିଶ୍ବାଳ । ୨୦୧୯ ମସିହା ନିର୍ବାଚନରେ ସେ ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ସେବେ ପ୍ରାୟ ୨ ଲକ୍ଷ ୭୭ ହଜାର ଭୋଟ ପାଇଥିଲେ। ତେବେ କାହିଁକି ସେ ବିଜେଡି ଛାଡ଼ିଲେ, ବିଜେଡି ଛାଡ଼ିବା ପରେ କ’ଣ ରହିବ ତାଙ୍କ ପରବର୍ତ୍ତୀ ରାଜନୈତିକ ଆଭିମୁଖ୍ୟ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚର୍ଚ୍ଚା ହେଉଛି, ଖୁବଶୀଘ୍ର ସେ କଂଗ୍ରେସରେ ଯୋଗଦେଇପାରନ୍ତି।