ସମ୍ବଲପୁର-: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରେଢାଖୋଲ ଉପଖଣ୍ଡର ବିଭିଓ ଓ ପିଏ । ବ୍ଲକ ଭେଟନାରୀ ଅଫିସର ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଧରାପଡିଲେ ଭିଜିଲାନ୍ସ ହାତରେ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ସମ୍ବଲପୁର ଭିଜିଲାନ୍ସ । ବିଭିଓ ଡା. ସୁବାସ ପ୍ରକାଶ ସୋରେନ , ପିଏ ମହେଶ୍ୱର ସାହୁ ଧରାପଡିଲେ । ବ୍ରଏଲର ଫାର୍ମ ସବସିଡ ବାବଦ ୫୪ ହଜାର ରିଲିଜ ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡିଚନ୍ତି । ଧରାପଡିବା ପରେ ଦୁଇ ଅଧିକାରୀଙ୍କ ଘରେ ମଧ୍ୟ ରେଡ କରାଯାଇଛି ।