ଭୁବନେଶ୍ୱର-: ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ନେଇ ବିଜେପି ଓ ସରକାରରେ ହାଇଡ୍ରାମା ଚାଲିଛି। ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ଜଗନ୍ନାଥଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରୁ ଚାପ ପଡ଼ୁଛି। ତେବେ ସେହି ଘଟଣା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ସୋସିଆଲ ମିଡିଆ ଜରିଆରେ ଘଟଣାକୁ ଘୋର ନିନ୍ଦା କରିଛନ୍ତି । ଆଉ ସେହି କଥାକୁ ନେଇ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋସିଆଲ ମେଡିଆରେ ଟ୍ୱିଟ କରି ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣା ସମ୍ପର୍କରେ ଲେଖିବା ସହିତ ଓଡ଼ିଶାରେ ବିଜେପିର ନିର୍ବାଚିତ ପ୍ରତିନିଧି ମାନଙ୍କର ହୀନ ମାନସିକତା ହିଁ ଆଜି ମହିଳା ମାନଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ପାଇଁ ଦାୟୀ ଅଟନ୍ତି ବୋଲି କହିଛନ୍ତି । ଏବଂ କହିଛନ୍ତି ଯଦି ଆପଣ ଏପରି ମହିଳା ବିରୋଧୀ ନିର୍ବାଚିତ ପ୍ରତିନିଧିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ମହିଳାମାନଙ୍କ ପାଇଁ ଆପଣଙ୍କର ପ୍ରତିଶ୍ରୁତି ଫମ୍ପା ମାଠିଆ ର ଶବ୍ଦ ହେବ ବୋଲି କହିଛନ୍ତି ।