ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାର ଓଡିଶା ପୋଲିସ ସେବା କ୍ୟାଡରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ବିଭିନ୍ନ ଜିଲ୍ଲା ଏବଂ ବିଭାଗରେ ୭୯ ଜଣ ଡିଏସପି ରାଙ୍କ ଅଧିକାରୀଙ୍କୁ ବଦଳି କରିଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି କ୍ରମରେ ବର୍ତ୍ତମାନ ଭଦ୍ରକ ସିଟି ଡିଏସପି ହୋଇଛନ୍ତି ସୁଧାଂଶୁ ଭୂଷଣ ଜେନା । ସେହିପରି ଶରତ ଚନ୍ଦ୍ର ପାତ୍ର, ବିଜୟିନୀ ମଲ୍, ସତ୍ୟରଞ୍ଜନ ପ୍ରଧାନ, ବିଶ୍ବଜିତ ମନବୋଧା, ଅଭିମନ୍ୟୁ ନାୟକ ପୋଲିସ କମିଶନରେଟ ଏସିପି ଦାୟିତ୍ବ ଦିଆଯାଇଛି । ଅନ୍ୟପଟେ ତ୍ରିପତି ଚୌଧୁରୀଙ୍କୁ ବ୍ରହ୍ମପୁର ଟ୍ରାଫିକ ଡିଏସ୍ ପି ଦାୟିତ୍ବ ଦିଆଯାଇଛି । ଲକ୍ଷ୍ମୀପୁର ଏସଡିପିଓ ହୋଇଛନ୍ତି ମନୋଜ କୁମାର ବେହେରା ।