ଆସନ୍ତା ବର୍ଷ ଠାରୁ ସିବିଏସଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଆୟୋଜିତ କରିବ

ନୂଆଦିଲ୍ଲୀ-: ଆସନ୍ତା ବର୍ଷ ଠାରୁ ଅର୍ଥାତ୍ ୨୦୨୬ ମସିହା ଠାରୁ ସିବିଏସଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଆୟୋଜିତ କରିବ। ସିବିଏସଇ ପକ୍ଷରୁ ଆସନ୍ତା ବର୍ଷ ୨୦୨୬ରୁ ବର୍ଷକୁ ୨ ଥର ଦଶମ ବୋର୍ଡ ପରୀକ୍ଷା ଆୟୋଜନ କରିବା ପାଇଁ ମାନଦଣ୍ଡଗୁଡ଼ିକୁ ଅନୁମୋଦନ କରାଯାଇଛି। ଏହି ସୂଚନା ପରୀକ୍ଷା ନିୟନ୍ତ୍ରକ ସଂଯମ ଭରଦ୍ୱାଜ ବୁଧବାର ଅର୍ଥାତ୍‌ ଜୁନ୍‌ ୨୫ ତାରିଖରେ ସୂଚନା ଦେଇଛନ୍ତି। ସିବିଏସଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବ। ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ’ ମାସରେ ଅନୁଷ୍ଠିତ ହେବ। ଯେଉଁ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରହିବ ତାହାକୁ ଗ୍ରହଣ କରାଯିବ। ଫେବୃଆରୀରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ ଓ ଏପ୍ରିଲରେ ଏହାର ପରୀକ୍ଷାଫଳ ବାହାରିବ। ମେ’ ମାସରେ ଇଚ୍ଛାଧୀନ ଭାବେ ୨ୟ ପର୍ଯ୍ୟାୟ ପରୀକ୍ଷା ହେବ। ମାତ୍ର ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ କ୍ୟାଲେଣ୍ଡର ବର୍ଷରେ ଥରେ ହେବ। ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ମାତ୍ର ୨ୟ ପର୍ଯ୍ୟାୟରେ ଇଚ୍ଛାଧୀନ । ମୂଲ୍ୟାଙ୍କନ କେବଳ ଥରେ କରାଯିବ।