ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ଅତ୍ୟଧିକ ଦାରିଦ୍ର୍ୟ ହାର ୨୦୨୨-୨୩ ବର୍ଷରେ ୫.୩ ପ୍ରତିଶତକୁ ଖସିଛି

ନୂଆଦିଲ୍ଲୀ-: ଦେଶରେ ଅତି କ୍ଷୀପ୍ର ଗତିରେ କମିଛି ଦାରିଦ୍ରତା । ଏକ ଦଶନ୍ଧି ମଧ୍ୟରେ ଭାରତର ଅତ୍ୟନ୍ତ ଦାରିଦ୍ର୍ୟ ହାର ୫.୩ ପ୍ରତିଶତ ହୋଇଛି । ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ଅତ୍ୟଧିକ ଦାରିଦ୍ର୍ୟ ହାର ୨୦୨୨-୨୩ ବର୍ଷରେ ୫.୩ ପ୍ରତିଶତକୁ ଖସିଛି । ୨୦୧୧-୧୨ରେ ଏହି ହାର ୨୭.୧ ପ୍ରତିଶତ ଥିଲା । ଅର୍ଥାତ ଅତ୍ୟଧିକ ଗରିବି ସୀମାରେଖାରେ  ଥିବା ଜନସଂଖ୍ୟା  ଏହି ସମୟରେ ୩୪.୪୪ କୋଟିରୁ  ସାଢେ ୭ କୋଟିକୁ ହ୍ରାସ ପାଇଛି ।

ଦେଶର ପ୍ରାୟ ୨ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା  ଉପରକୁ ଉଠିଛନ୍ତି । ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୧୮.୪ ପ୍ରତିଶତରୁ ୨. ୮ ପ୍ରତିଶତକୁ ଖସିଥିବା ବେଳେ ସହରାଞ୍ଚଳରେ ଏହା ୧୦.୭କୁ ୧.୧ ପ୍ରତିଶତକୁ ହ୍ରାସ ପାଇଛି । ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ପଶ୍ଚିମବଙ୍ଗରେ ଅଧିକ ପରିମାଣରେ ଦାରିଦ୍ର୍ୟ ହାରରେ ପରିବର୍ତ୍ତନ ହୋଇଛି ।