୧୯ କେଜି କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୪ ଟଙ୍କା ହ୍ରାସ ପାଇଛି

ନୂଆଦିଲ୍ଲୀ-: ଜୁନ ମାସର ପ୍ରଥମ ଦିନରେ ଦେଶର ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଖବର ମିଳିଛି । କମର୍ସିଆଲ୍ ଏଲପିଜି  ଗ୍ୟାସ୍‌ ସିଲିଣ୍ଡର୍ ଦର କମିଛି । ୧୯ କେଜି କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୪ ଟଙ୍କା ହ୍ରାସ ପାଇଛି, ଆଉ ଆଜିଠାରୁ ହିଁ ଏହି ନୂଆ ମୂଲ୍ୟ  ଲାଗୁ ହୋଇଛି । ଲଗାତାର ତୃତୀୟ ମାସ ଧରି ବାଣିଜ୍ୟିକ ସିଲିଣ୍ଡରର ଦର ହ୍ରାସ ପାଇଛି। ପୂର୍ବରୁ, ମେ’ ମାସରେ ମୂଲ୍ୟ ୧୪.୫ ଟଙ୍କା ହ୍ରାସ କରାଯାଇଥିଲା ଏବଂ ଏପ୍ରିଲ ମାସରେ ମଧ୍ୟ ୪୧ ଟଙ୍କା ହ୍ରାସ କରାଯାଇଥିଲା । ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।