ଉଦଳା (ଦୀପକ ମିଶ୍ର) : ଜନବସତି ମୁଁହା ହରିଣ । ଗତ କାଲି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବଜାରରେ ଏକ ହରିଣକୁ କୁକୁର ମୁଁହରୁ ଆହତ ଅବସ୍ଥାରେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଜଙ୍ଗଲରୁ ହରିଣଟି ଖସି ଆସିଥିବା ବେଳେ କୁକୁର ମାନେ କାମୁଡିବା ସହ ଆହତ କରିଥିଲେ । ସ୍ଥାନୀୟ ଲୋକ ମାନେ ଉକ୍ତ ହରିଣକୁ ଉଦ୍ଧାର କରି କପ୍ତିପଦା ବନ ବିଭାଗକୁ ଖବର ଦେବା ପରେ ଆହତ ହରିଣକୁ ଚିକିତ୍ସା ପରେ ନୋଟ ଜଙ୍ଗଲରେ ଛଡା ଯାଇଥିବା ବନ ବିଭାଗ ସୂଚନା ଦେଇଛନ୍ତି ।