ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହେଲେ ଆଇନ ଛାତ୍ରୀ । ଆଇନ ଛାତ୍ରୀ ଶର୍ମିଷ୍ଠା ପନୈଲିଙ୍କୁ ଗୁରୁଗ୍ରାମରୁ ବାନ୍ଧିଛି କୋଲକାତା ପୋାଲିସ । ଅପରେସନ ସିନ୍ଦୁର ଉପରେ ଏକ ବିବାଦୀୟ ମନ୍ୱ୍ୟ ଦେଇଥିଲେ । ପରେ ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ଉପୁଜିବାରୁ ସେ ତାଙ୍କ ପୋଷ୍ଟକୁ ଡିଲିଟ ମଧ୍ୟ କରିଦେଇଥିଲେ ।

ଏକ ନିର୍ଦ୍ଦିଷ୍ଟ ଧର୍ମ ବିଷୟରେ ଆପତ୍ତିଜନକ ଏବଂ ଅପମାନଜନକ ମନ୍ତବ୍ୟ ଦିଆଯାଇଥିବା ଭିଡିଓଟି ଭାଇରାଲ ହେବା ପରେ କୋଲକାତାର ଗାର୍ଡେନରିଚ୍ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ଏହା ପରେ, କୋଲକାତା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୋଲିସର କହିବା ଅନୁଯାୟୀ, ଭିଡିଓ ପୋଷ୍ଟ କରିବା ପରେ ଶର୍ମିଷ୍ଠା ଏବଂ ତାଙ୍କ ପରିବାର ସଦସ୍ୟ ଫେରାର ହୋଇଯଇଥିଲେ । ଯାହାଫଳରେ ତାଙ୍କ ପାଖରେ ପୋାଲିସର ନୋଟିସ ପହଞ୍ଚି ପାରିନଥିଲା । ଏହି ପରିସ୍ଥିତିରେ ପୋଲିସ କୋର୍ଟରୁ ଗିରଫ ପରୱାନା ଦାବି କରିଥିଲା। ପରେ ଶର୍ମିଷ୍ଠାଙ୍କ ସ୍ଥାନ ଚିହ୍ନଟ କରି ଶୁକ୍ରବାର ବିଳମ୍ବିତ ରାତିରେ ହରିୟାଣାର ଗୁରୁଗ୍ରାମରୁ ତାଙ୍କୁ ଗିରଫ କରିଥିଲା।

ସୂଚନା ଅନୁଯାୟୀ, ଭିଡିଓ ଭାଇରାଲ ହେବା ପରେ, ଶର୍ମିଷ୍ଠା ପନୌଲି ମଧ୍ୟ ସୋସିଆଲ ମିଡିଆରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ବିବାଦୀୟ ଭିଡିଓ ଏବଂ ସମ୍ପର୍କିତ କିନ୍ତୁ କୋର୍ଟ ଏହାକୁ ବିଚାରକୁ ନେଇ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଗିରଫ ପରୱାନା ଜାରି କରିଥିଲେ, ଯାହା ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି କୋଲକାତା ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା।