ଜମ୍ମୁ-: ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି । ଶୋପିଆନ୍ରେ ଏକ ତଲାସୀ ଅଭିଯାନ ସମୟରେ ଲସ୍କର-ଏ-ତୈବାର ଦୁଇ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ସୁରକ୍ଷା ବାହିନୀ ଉଭୟଙ୍କୁ ଗିରଫ କରିବାସହ ତାଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।ସୂଚନା ଅନୁସାରେ, ଗତକାଲି ସୁରକ୍ଷା ବାହିନୀ ଜମ୍ମୁ-କାଶ୍ମୀରର ବାସ୍କୁଚାନ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ସୁରକ୍ଷା ବାହିନୀ ସମ୍ମୁଖରେ ଦୁଇଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ଆତଙ୍କବାଦୀ ମାନଙ୍କୁ ଇରଫାନ ବଶିର ଏବଂ ଉଜୈର ସଲାମ ଭାବରେ ଚିହ୍ନଟ କରାଯାଇଛି । ସେମାନଙ୍କଠାରୁ ଦୁଇଟି AK-56 ରାଇଫଲ୍, ୪ଟି ମାଗାଜିନ୍, ୧୦୨ ରାଉଣ୍ଡ ଗୁଳି , ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ଜବତ କରାଯାଇଛି ।