ଜାମ୍ମୁ କାଶ୍ମୀରରେ ହେଲା ପାକିସ୍ତାନର ଗୁଳିଗୋଳା ଠାବ । ନରୱାଲ ଅଂଚଳରୁ ଠାବ ହୋଇଛି ୩ଟି ଗୁଳିଗୋଳା । ସୀମାନ୍ତ ପାକିସ୍ତାନ ପଟୁ ଆସି ଏହା ଖସିଥିବା ସନ୍ଦେହ କରାଯାଉଛି ।

ଖବର ପାଇବ ପରେ ସୁରକ୍ଷା କର୍ମୀମାନେ, ଅଞ୍ଚଳକୁ ଘେରାବନ୍ଦୀ କରି ଗୁଳିଗୋଳା ସବୁ ଜବତ କରିଥିଲା । ଏବଂ ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ଗୁଳିଗୋଳା ଗୁଡିକୁ ଡିଫ୍ୟୁଜ କରାଯାଇଛି। ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଜାରି ରହିଥିବାବେଳେ ଏସବୁ ସେଠାକୁ କେମିତି ଆସିଲା, ସେନେଇ ଏବେ ଜୋରଦାର୍ ତନାଘନା ଚାଲିଛି ।