ପାଟଣାଗଡ ପାର୍ସଲ ବୋମା ଘଟଣାର ଆଜି ଶୁଣାଣୀ ହୋଇଛି । ଏହି ମାମଲାର ତଦନ୍ତ କରିଥିବା ଅରୁଣ ବୋଥ୍ରା ପ୍ରତିକ୍ରିୟା ଦେଇ କହିଛନ୍ତି ଶୁଶାଣୀ ସରିବା ପରେ ମୁଁ ସନ୍ତୁଷ୍ଟ ହେଲି । ଘଟଣାର ମାସେ ପରେ କ୍ରାଇମବ୍ରାଞ୍ଚ କୁ ତଦନ୍ତ ଦାୟିତ୍ୱ ମିଳିଥିଲା । ପ୍ରଥମେ ଜିଲ୍ଲା ପୋଲିସ ତଦନ୍ତ କରୁଥିଲା । ସେତେବେଳେ ପୁଞ୍ଜିଲାଲ ପୋଲିସ ସନ୍ଦେହ କୁ ଆସି ନଥିଲା । ଦକ୍ଷ ଅଫିସର ମାନେ ଘଟଣର ତଦନ୍ତ କରୁଥିଲେ । ଯାହା ସଫଳତା ମିଳିଥିଲା । ଚାଲେଞ୍ଜ ବହୁତ ଥିଲା । କିଛି ପ୍ରମାଣ ନଥିଲା । କିଏ କରିଛି ଜଣା ନଥିଲା । ଲୋକେ ଭାବୁଥିଲେ ପ୍ରେମ ସଂପର୍କ ଥାଇ ପାରେ ।
କ୍ରାଇମବ୍ରାଞ୍ଚ ତଦନ୍ତ କରିବା ବେଳେ ବଲାଙ୍ଗୀର ଝଚ ଙ୍କୁ ଗୋଟେ ଚିଠି ଆସିଲା । ସେହି ଚିଠି ରୁ ହିଁ କ୍ରାଇମବ୍ରାଞ୍ଚ କୁ ସୁରାକ ମିଳିଥିଲା । ଚିଠିରେ ଲେଖାଥିବା ଇଂରାଜୀରେ ସୁନ୍ଦର ଲେଖା, ଶବ୍ଦ ସଂଯୋଜନା ରୁ ସନ୍ଦେହ ବଢ଼େଇ ଥିଲା । ସେ ଅଂଚଳ ରେ କିଏ ଭଲ ଇଂରାଜୀ ଜାଣିଛି ତାକୁ ନେଇ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ । ପୁଞ୍ଜିଲାଲ ଯେହେତୁ ଇଂରାଜୀ ଲେକଚର ଥିଲା ତେଣୁ ତା ଉପରେ ସନ୍ଦେହ ହୋଇଥିଲା । ପୁଞ୍ଜିଲାଲ କୁ ପଚାରିବା ପରେ ସେ ସତ ମାନିଥିଲା ।୧୪ ଦିନ ରିମାଣ୍ଡ ରେ ଆଣିବା ପାରେ ପୁରା ଘଟଣା ପୁଞ୍ଜିଲାଲ କହିଲା । ସବୁ ପ୍ରମାଣ କୁ ଦାଖଲ କରିବା ପରେ କୋର୍ଟ ଆଜି ରାୟ ଶୁଣାଇଛନ୍ତି ।
ପୁଞ୍ଜିଲାଲ ଙ୍କର ରାଗ ମୃତ ସୋମ୍ୟ ଙ୍କ ମା ଙ୍କ ଉପରେ ଥିଲା । କିନ୍ତୁ ସୋମ୍ୟ ଙ୍କୁ ମାରିବା ପଛର ଉଦେଶ୍ୟ ଥିଲା ମା ଜୀବନ ସାରା ଦୁଃଖ ପାଉ ବୋଲି । ସେଥିପାଇଁ ପୁଅ କୁ ମାରିଲା । ଏବେ ଜୀବନ ସାରା ଜେଲ ରେ ପୁଞ୍ଜିଲାଲ କାନ୍ଦିବ । ପୁଞ୍ଜିଲଲ କୁ ଗିରଫ କରି ଜେଲ ପଠାଇବାର ମାସେ ପରେ ମୋ ପାଖକୁ ଏକ ଚିଠି ଆସିଥିଲା । ସୋମ୍ୟ ଙ୍କ ପରିବାର ଲୋକେ ମୋତେ ଧନ୍ୟବାଦ ଦେଇଥିଲେ । ପୂର୍ବରୁ ୬ ଟି ମେଡାଲ ପାଇଛି । ଏହି ଘଟଣାରେ ଏ ଚିଠି ବି ମୋ ପାଇଁ ମେଡାଲ । ମୁଁ ଭଲ କାମ କରୁଛି । ଭଲ ତଦନ୍ତ କରୁଛି, ଦୋଷୀ ଦଣ୍ଡ ପାଉଛନ୍ତି, ତଥାପି ଲୋକେ ଗାଳି କରୁଛନ୍ତି। ତେଣୁ ମୋ ଭାଗ୍ୟ ରେ ମୋର ବୋଧେ ଗାଳି ଶୁଣିବାର ଅଛି ।