ନୂଆଦିଲ୍ଲୀ-: ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଜାରି ରହିବ । ଆଜି ଅସ୍ତ୍ରବିରତିର ଶେଷ ତାରିଖ ଖବରକୁ ଖଣ୍ଡନ କରିଛି ସେନା । ଏହି ଗୁଜବକୁ ବିଶ୍ୱାସ ନ କରିବାକୁ ସେନା କହିଛି । ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ DGMO ସ୍ତରୀୟ ଆଲୋଚନା ହେବନାହିଁ । ଗତ ମେ ୧୨ ତାରିଖରେ ନିଆ ଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅସ୍ତ୍ର ବିରତି ରହିବ ବୋଲି ସ୍ପଷ୍ଟ କରିଛି ଭାରତୀୟ ସ୍ଥଳସେନା ।
ଭାରତୀୟ ସେନାଙ୍କ କହିବା ଅନୁଯାୟୀ, କିଛି ଗଣମାଧ୍ୟମ ରିପୋର୍ଟ ଯୁଦ୍ଧବିରତି ଆଜି ଶେଷ ହେଉଛି ବୋଲି ପ୍ରଚାର କରିଛି । ଯାହାଦ୍ୱାରା କିଛି ଲୋକଙ୍କ ମନରେ ସନ୍ଦେହ ବୃଦ୍ଧି ପାଇଛି । ଏହା ବ୍ୟତୀତ ଆଜି ଡିଏମଜିଓ ସ୍ତରୀୟ ଆଲୋଚନା କରାଯିବ କି ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି । ଅନ୍ୟପଟେ ଭାରତୀୟ ସେନା ସ୍ପଷ୍ଟ କରି କହିଛନ୍ତି ଯେ,ଆଜି କୌଣସି ଡିଏମଜିଓ ଆଲୋଚନା ସ୍ଥିର ହୋଇନାହିଁ । ମେ ୧୨ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନାରେ ଅସ୍ତ୍ରବରତି ପାଇଁ କୌଣସି ଶେଷ ତାରିଖ ଧାର୍ଯ୍ୟ ହୋଇନାହିଁ । ଏହା ଅନିର୍ଦ୍ଧଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ସେନା ।