ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ଘଟି ତିନି ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ଇସଲାମାବାଦ-: ଭାରତ ସହ ଚାରି ଦିନର ସଂଘର୍ଷ ପରେ ନତମସ୍ତକ କରିଥିବା ପାକିସ୍ତାନ ନିଜ ଘରେ ମଧ୍ୟ ଆକ୍ରମଣର ଶିକାର ହେଉଛି। ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ରାଜଧାନୀ ପେଶାୱରରେ ରବିବାର ରାତିରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେବ ସହିତ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ଆଞ୍ଚଳିକ ଏସଏସପିଙ୍କ ସୂଚନା ଅନୁସାରେ, ଚମକନି ଥାନା ଅନ୍ତର୍ଗତ ରିଙ୍ଗ ରୋଡରେ ଥିବା ପଶୁ ବଜାର ନିକଟରେ ପୋଲିସ ମୋବାଇଲ୍ ଭ୍ୟାନ୍‌କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା । ଯେଉଁଥିରେ ମାନବ ବୋମା ସାଜିଥିବା ବ୍ୟକ୍ତି ପୋଲିସ ଗାଡ଼ି ନିକଟରେ ନିଜକୁ ଉଡ଼ାଇ ଦେଇଥିଲା ।