ଅପରେସନ ସିନ୍ଦୂରକୁ ନେଇ ବଡ଼ ବୟାନ

 ନୂଆଦିଲ୍ଲୀ : :ଅପରେସନ ସିନ୍ଦୂରକୁ ନେଇ ବାୟୁସେନା ଦେଲା ବଡ଼ ବୟାନ । ସଫଳତାର ସହିତ ଦିଆଯାଇଥିବା କାମ ସେନା କରିଛି  । ସଠିକ୍ ଭାବେ ଅପରେସନ କରାଯାଇଛି । ବର୍ତ୍ତମାନ ମଧ୍ୟ ଅପରେସନ ଜାରି ରହିଥିବାରୁ ପରେ ବିସ୍ତୃତ ସୂଚନା ଦିଆଯିବ ବୋଲି  ବାୟୁସେନା କହିଛି । ନିଜେ ନିଜେ କିଛି ନ ଭାବିବାକୁ IAF ଅନୁରୋଧ କରିଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି। ପାକିସ୍ତାନ ସହିତ ଅସ୍ତ୍ରବିରତି ଘୋଷଣା ହେବା ପରେ ଏହି ବୈଠକ ହୋଇଛି। ଏଥିରେ ଯୋଗ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନ.ଏସ.ଏ ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ। ପରିବର୍ତ୍ତିତ ପରିସ୍ଥିତିର ସମୀକ୍ଷା ସହିତ ଆଗାମୀ ରଣନୀତି ନେଇ ଏହି ବୈଠକରେ ଆଲୋଚନା ହୋଇଥିବାର ସୂଚନା ମିଳିଛି।