ପାକିସ୍ତାନରେ ୪.୦ ତୀବ୍ରତାର ଭୁକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଯୁଦ୍ଧ ପରିସ୍ଥିତି ଭିତରେ ଥରିଲା ପାକିସ୍ତାନ। ପାକିସ୍ତାନରେ ଶନିବାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ଥିଲା। ଯାହା ରାତି ପାଖାପାଖି ୧ଟା ୪୪ ମିନିଟରେ ଭୂମିକମ୍ପ ହୋଇଥିଲା ।

ଭାରତ ସହ ସଂଘର୍ଷ ଜାରିଥିବା ସମୟରେ ଭୂକମ୍ପର ଝଟକା ପାକିସ୍ତାନକୁ ଦୋହଲାଇ ଦେଇଥିଲା । ଏହି ଭୂମିକମ୍ପରେ କୌଣସି ଧନଜୀବନର କ୍ଷତି ହୋଇଥିବା ସୂଚନା ମିଳିନାହିଁ । ଏହାର କେନ୍ଦ୍ରସ୍ଥଳ ପାକିସ୍ତାନର ବଲୁଚିସ୍ତାନ ସହର ନିକଟ କ୍ବେଟାରେ ହୋଇଥିବା ଜଣାପଡିଛି । ଏପଟେ ଭାରତ ଦୁଇଟି ଡ୍ୟାମ ଖୋଲିବାରୁ ପାକିସ୍ତାନରେ ବନ୍ୟା ସ୍ଥିତି ଦେଖାଦେଇଛି ।