ସୁବର୍ଣ୍ଣପୁର -: ମା’ ସୁରେଶ୍ଵରୀ ଙ୍କ ମନ୍ଦିର ଭିତର ଦୁଆର ଓ ଭୋଗ ମଣ୍ଡପ ସଫେଇ କଲେ ସ୍ବେଚ୍ଛାସେବୀ । ଆଜି ସୁବର୍ଣ୍ଣପୁର ର ଇଷ୍ଠଦେବୀ ମା’ ସୁରେଶ୍ଵରୀ ଙ୍କ ପୀଠ ରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ସ୍ବଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ୠଷି ମାଝୀ ଯୋଗ ଦେଇ ଉତ୍ସାହିତ କରିଥିଲେ । ସ୍ୱଚ୍ଛ ଭାରତ କୋଡି ନେଟର ମନୋରଞ୍ଜନ ତ୍ରୀପାଠୀଙ୍କ ସଂଯୋଜୋନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଦେବୋତ୍ତାର ବିଭାଗ କମିଟି ସଦସ୍ୟ ବୈକୁଣ୍ଠ ଶତପଥି, ପୌର ପରିଷଦ ସାନିଟାରୀ ଏକ୍ସ୍ପର୍ଟ ଉତ୍ତମ ମେହେର, ସ୍ବଚ୍ଛ ଭାରତ ସଙ୍ଗଠନ ଉପ ସଭାନେତ୍ରୀ ଇନ୍ଦୁ ମତି ପୁରୋହିତ, ଲଡୁ କିଶୋର ମଲ୍ଲିକ, ପ୍ରମୋଦ କୁମାର ସାହୁ, ରବିନ୍ଦ୍ର ଜେନା, ଡା ସରୋଜ ପଟେଲ, ପ୍ରତାପ ଦାଶ, ଜୟନ୍ତ ବେହେରା, ନାରାୟଣ ରଥ, କ୍ରିଷ୍ଣା ମେହେର, ପ୍ରମୋଦ ମହାଣା, ଅମର ଭୁତ, ତ୍ରିଲୋଚନ ତରିଆ, ସନ୍ତୋଷ ବେହେରା, ମନ୍ଦିର ର ଅଜିତ ପୁଝାରୀ ଓ ଅନ୍ୟାନ୍ୟ ପୂଜକଙ୍କ ସମେତ ସ୍ୱଚ୍ଛ ଭାରତ ଅନୁଷ୍ଠାନର ସମସ୍ତ ସଦସ୍ୟ ଯୋଗ ଦେଇ ମା’ ସୁରେଶ୍ଵରୀଙ୍କ ମନ୍ଦିର ଚାରି ପାର୍ଶ୍ୱରେ ପଲିଥିନ ଓ ଅଳିଆ ଆବର୍ଜ୍ଜନା ସଫେଇ କରିଥିଲେ । ଏହା ସହିତ ମା’ ଙ୍କ ମନ୍ଦିର ର ବଡ ଦୁଆର, ମା’ ବଗଳା ମୁଖି ମଣ୍ଡପ, ଓ ଭୋଗ ମଣ୍ଡପର ମାର୍ବଲ ପଥରକୁ ବ୍ଲିଚିଂ ଦ୍ବାରା ସଫେଇ କରିଥିଲେ । ସକାଳ ୫ ଟା.୩୦ ରୁ ୮ ଟା ଯାଏ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।