କାନାଡାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳି

କାନାଡା-: କାନାଡାରେ ବାରମ୍ବାର ଭାରତୀୟଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସୁଛି । ଗତ କିଛିଦିନ ତଳେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ପୁଣି ଜଣେ ଭାରତୀୟ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଛାତ୍ରୀ ଜଣକ କାମକୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା । ଛାତ୍ରୀଙ୍କ ବୟସ ୨୧ ବର୍ଷ ହୋଇଥିବା ବେଳେ ତାଙ୍କ ନାମ ହରସିମରତ ରନ୍ଧାୱା ବୋଲି ଜଣାପଡିଛି । ସେ ଘରୁ ବାହାରି ବସ୍ ଷ୍ଟାଣ୍ଡରେ ବସ୍ ପାଇଁ ଅପେକ୍ଷା କରିଥିଲା । ଏହି ସମୟରେ ତାଙ୍କ ସାମ୍ନାରେ ଏକ କାର ଆସି ଅଟକିଥିଲା ଥିଲା ଆଉ ହରସିମରତ କିଛି ବୁଝିବା ଆଗରୁ କାରରେ ବସିଥିବା ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଲେ।

ହାମିଲଟନ ପୋଲିସ ସୂଚନାରୁ ଜଣାପଡିଛି ହରସିମରତଙ୍କ ଛାତିରେ ଗୁଳି ବାଜିଥିଲା ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଘଟଣାସ୍ଥଳର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଏକ କଳା ରଙ୍ଗର କାରରୁ ଜଣେ ବ୍ୟକ୍ତି ବସ୍ ଷ୍ଟାଣ୍ଡରେ ଥିବା ଲୋକଙ୍କ ଉପରକୁ ଗୁଳି ଚଳାଉଛି । ଆଉ ସେହି ଗୁଳିର ଶିକାର ନିରୀହ ହରସିମରତ ହୋଇଥିଲେ । ଗୁଳି ଚଳାଇବା ପରେ ଅପରାଧୀମାନେ ଘଟଣାସ୍ଥଳରୁ ଖସି ଯାଇଥିଲେ । ପୋଲିସ ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି ।