ସରକାରୀ କର୍ମଚାରୀଙ୍କ ପାଇଁ କଡା ନିୟମ । ଏଣିକି ଠିକ ସମୟରେ ଅଫିସ ନ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ କଡା ନିର୍ଦେଶ ଦିଆଯାଇଛି । ଏନେଇ ନିର୍ଦେଶନାମା ଜାରୀ କରାଯାଇଛି । କାରଣ ଅନେକ ସମୟରେ କର୍ମଚାରୀ ମାନେ ବିଳମ୍ବରେ କାର୍ଯ୍ୟରେ ଯୋଗ ଦେଉଥିବା ହେତୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଦେଖାଦେଉଛି । ତେଣୁ ବିଭାଗର ସମସ୍ତ କର୍ମଚାରୀ ମାନଙ୍କୁ ସକାଳ ୧୦ଟାରେ ନିରନ୍ତର ଭାବେ ସେମାନଙ୍କ କାର୍ଯ୍ୟରେ ଯୋଗଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଏଥିରେ ଯେକୌଣସି ବିଚ୍ୟୁତିକୁ ଗମ୍ଭୀରତାର ସହ ନିଆଯିବ ଏବଂ ଖିଲାପୀ କର୍ମଚାରୀଙ୍କ ବିରୁଦ୍ଧରେ ଯଥାସମ୍ଭବ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶନାମାରେ କୁହାଯାଇଛି ।