ବସ୍ତା (ଅଜିତ ସାହୁ) : କାଳବୈଶାଖୀ ର ଝଡ଼ବତାସ ଓ ବର୍ଷା ପ୍ରଭାବରେ ବିଳମ୍ବିତ ରାତ୍ରୀରେ ଗଛର ଡାଳ ଭାଙ୍ଗି ଜଣକ ଘର ଭାଙ୍ଗି ନଷ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ। ସୂଚନା ମୁତାବକ ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ଚଣ୍ଡୀପୁର ଗ୍ରାମର ପଦୁ ହାସଦା ଘର ନିକଟରେ ୫୦୦ ବର୍ଷରୁ ଉର୍ଦ୍ଧ୍ବ ଏକ ବିଶାଳକାୟ ବର ଗଛଟି ରହିଥିଲା। ତେବେ କାଳବୈଶାଖୀ ଜନିତ ଝଡ଼ ତୋଫାନ ରେ ଗୋଟିଏ ମୋଟା ବଡ଼ ଡାଳ ଭାଙ୍ଗିଯାଇ ତାଙ୍କ ଚାଳ ଛପର ଘର ଉପରେ ପଡ଼ିଯାଇଥିଲା।ଫଳରେ ଘରଟି ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିବା ବେଳେ, ସୋଇଥିବା ପରିବାର ବର୍ଗ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଚିଣ୍ଟୁ ହାସଦା (୧୧) ଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ହୋଇଛି। ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ପହଞ୍ଚି ଗଛଟିକୁ କାଟି ସଫା କରିଛନ୍ତି। ତୁରନ୍ତ ଉକ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ରାଶି ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚ ଦୁର୍ଗାରାଣୀ ଜେନା ଓ ସମିତି ସଦସ୍ୟ ଅନାଦି ଦାସ ଦାବୀ କରିଛନ୍ତି ।