ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ ।ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ରେକର୍ଡ କରାଯାଇଛି । ତେବେ ମଙ୍ଗଳବାର ସକାଳେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । କିନ୍ତୁ ଆରମ୍ଭରେ ଏଜେନ୍ସି ଭୂମିକମ୍ପର ତୀବ୍ରତା ୬.୨ ବୋଲି କହିଥିଲା, କିନ୍ତୁ ପରେ ଏହାକୁ ହ୍ରାସ କରିଥିଲା।ହେଲେ ଏହି ଭୂମିକମ୍ପ ଯୋଗୁଁ ଏପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତି ରେକର୍ଡ କରାଯାଇ ନାହିଁ । ଏହା କେନ୍ଦ୍ରସ୍ଥଳ ସିମେଉଲୁ ରିଜେନ୍ସରେ ସିନାବୁଙ୍ଗ ସହରରୁ ୬୨ କିଲୋମିଟର ଦକ୍ଷିଣ-ପୂର୍ବରେ ସମୁଦ୍ର ପତ୍ତନଠାରୁ ୩୦ କିଲୋମିଟର ତଳେ ଥିଲା । ସୁନାମିର କୌଣସି ଚେତାବନୀ ଜାରି କରାଯାଇ ନଥିଲା, କାରଣ ଭୂକମ୍ପ ଯୋଗୁଁ ସମୁଦ୍ରରେ ବଡ଼ ଲହରୀ ଉଠିବାର ସମ୍ଭାବନା ନଥିଲା ।