ନୂଆଦିଲ୍ଲୀ: ଏପ୍ରିଲ ମାସ ଆରମ୍ଭ ହୋଇଯାଇଛି ଏହା ସହ ରାଜଧାନୀ ଦିଲ୍ଲୀରେ ହିଟ୍ ୱେଭ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ୮ଏପ୍ରିଲ ପର୍ଯ୍ୟନ୍ତ ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ।
ଦିଲ୍ଲୀରେ ୭ରୁ୮ ଏପ୍ରିଲ ସୁଦ୍ଧା ତାପମାତ୍ରା ୪୨ ଡିଗ୍ରୀ ସେଲସିୟସରେ ପହଞ୍ଚି ପାରେ । ଏହି ସମୟ ମଧ୍ୟରେ , ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ଏବଂ ପ୍ରବଳ ସୂର୍ଯ୍ୟ କିରଣରେ ଘରୁ ନ ବାହାରକୁ ଯିବାକୁ ପରାମର୍ଶ ଦେଇଛି । ତେବେ ଗତକାଲି ଦିଲ୍ଲୀ ର ସର୍ବାଧିକ ତାପମାତ୍ରା ୩୮.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଯାହା ସାଧାରଣ ଅପେକ୍ଷା ୪.୪ ଅଧିକ ଥିଲା ।