ନୂତନ ପ୍ରକଳ୍ପ ଗୁଡ଼ିକ ପାଇଁ କେନ୍ଦ୍ରୀୟ ଏବଂ ରାଜସ୍ୱ ପାଣ୍ଠିରୁ ବ୍ୟୟ ବରାଦ କରାଯିବ…

ରାଜ୍ୟରେ 15ଟି ବୃହତ ଏବଂ 56ଟି ମଧ୍ୟମ 31ଟି ବୃହତ ଓ ମଧ୍ୟମ, 4002ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ସେଚ ସମର୍ଥ ହୋଇଛି । ଏହାସହ ରାଜ୍ୟରେ 31ଟି ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ, 27ଟି ବ୍ୟାରେଜ୍ ପ୍ରକଳ୍ପ, 72ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ଏବଂ 79ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର । ତେବେ 31 ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ 52 ହଜାର 290 କୋଟି, 27 ବ୍ୟାରେଜ ପାଇଁ 13 ହଜାର 600 କୋଟି, 72 ଇନଷ୍ଟ୍ରିମ ଷ୍ଟୋରେଜ ପାଇଁ 17 ହାଜର 158 କୋଟି, 79 କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ 1192 କୋଟି ଟଙ୍କା ବ୍ୟୟ ଅଟକଳ ରଖିଛନ୍ତି । ଏହି ସବୁ ନୂତନ ପ୍ରକଳ୍ପ ଗୁଡ଼ିକ ପାଇଁ କେନ୍ଦ୍ରୀୟ ଏବଂ ରାଜସ୍ୱ ପାଣ୍ଠିରୁ ବ୍ୟୟ ବରାଦ କରାଯିବ । ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।