କ୍ରାଇମବ୍ରାଞ୍ଚରେ ହାଜର ହେବାପାଇଁ ଦୀପାଳି ଓ ବିଶାଳଙ୍କୁ ନୋଟିସ୍…

ଖୋଲିବ ନବଦାସ ହତ୍ୟାମିଷ୍ଟ୍ରି । ପୁଣି ଖୋଳତାଡ କରିବ କ୍ରାଇମବ୍ରଞ୍ଚ । ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସଙ୍କୁ ହାଜର ହେବାକୁ ଜାରୀ ହୋଇଛି ନୋଟିସ । ଚଳିତ ମାସ ପ୍ରଥମ ସପ୍ତାହର ଯେ କୈାଣସି ଦିନରେ ସ୍ୱଗର୍ତଃ ନବଦାସଙ୍କ ପୁଅ, ଝିଅଙ୍କୁ ହାଜର ହେବା ପାଇଁ ନୋଟିସ କରିଛି କ୍ରାଇମବ୍ରାଞ୍ଚ ।


ଅନେକ ଥର ଦୀପାଳି ଦାସ ନିଜ ବାପାଙ୍କ ହତ୍ୟା ମାମଲାରେ ତଦନ୍ତ ପାଇଁ ସରକାରଙ୍କୁ ପ୍ରଶ୍ନ ଉଠାଉଥିବା ବେଲେ ବର୍ତ୍ତମାନ ତାହାର ସମୟ ଆସିଛି । ତେବେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି କୁହାଯାଇଛି । ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗି ରହିଛି। ଏହାରି ଭିତରେ କ୍ରାଇମ୍‌ବ୍ରାଞ୍ଚ ନୋଟିସ୍‌ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି।