୨ ଦିନ ପରେ ମହାଶିବରାତ୍ରି । ଯେଉଁଥି ଲାଗି ଏବେ ରାଜ୍ୟର ସମସ୍ତ ଶୈବପୀଠରେ ପ୍ରସ୍ତୁତି ଜୋରଦାର୍ କରାଯାଉଛି । ବାଲେଶ୍ବର ଜିଲ୍ଲା ଭୋଗରାଇର ଭୁଷଣ୍ଡେଶ୍ୱରଙ୍କ ପୀଠରେ ଏହି ଜାଗର ରାତିରେ ୧ ଲକ୍ଷ ଦୀପ ଜଳିବାର ବଯବସ୍ଥା କରା ଯାଇଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଜାଗର ପ୍ରସ୍ତୁତି ଉପରେ ସୂଚନା ଦିଆଯାଇଛି ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ଭକ୍ତ ସାମିଲ ହେବେ ବୋଲି ଆଶା କରାଯାଉଛି । ଜାଗର ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଛି ମନ୍ଦିର ପ୍ରଶାସନ।
