ନୂଆ ମୁଖିଆ ରାଜ୍ୟ କଂଗ୍ରେସକୁ ମିଳିଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ହୋଇଛନ୍ତି ନୂଆ ପିସିସି ସଭାପତି। ତାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିଯୁକ୍ତ କରାଯାଇଥିବା ନେଇ ଆଜି ଏଆଇସିସି ପକ୍ଷରୁ ଦିଆଯାଇଛି ସୂଚନା। କଂଗ୍ରେସ ସଭାପତିଙ୍କ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସାଧାରଣ ନିର୍ବାଚନ ପରେ ଶରତ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡ଼ିଥିଲା ।
