୫ ଦିନିଆ ଗସ୍ତରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଂଘ ଚାଳକ ମୋହନ ଭଗବତ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଁଚିଲେ  ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଂଘ ଚାଳକ ମୋହନ ଭଗବତ। ଏଥର ଓଡିଶାକୁ ୫ ଦିନିଆ ଗସ୍ତ ରହିଛି। ଏୟାରପୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥାରେ ପହଁଚିଲେ ଭାଗବତ । ଆଜି ସଂଧ୍ୟା ୬ ଘଟିକା ସମୟରେ ଭୁବନେଶ୍ଵରର ଜୟଦେବ ଭବନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକ ସ୍ଵର୍ଗତ ଶିବରାମ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏକ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ। ଏହାପରେ ଆସନ୍ତା ଜାନୁୟାରୀ ୩୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନର ସାଂଗଠନିକ କାର୍ଯ୍ୟର ସମୀକ୍ଷା ଓ ସଂଘର ଶତାବ୍ଦୀ ବର୍ଷର ଯୋଜନା ବୈଠକରେ ଯୋଗଦାନ କରିବେ । ଜାନୁୟାରୀ ୩୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଏଠାରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ । ଏହି ବୈଠକ କେବଳ ସାଂଗଠନିକ କାର୍ଯ୍ୟପାଇଁ ଉଦ୍ଦିଷ୍ଟ ରହିବ।  ଏହାପରେ ଡ. ଭାଗବତ ପାଂଚ ଦିନିଆ ଓଡିଶା ପ୍ରବାସ ସାରି ଫେବୃୟାରୀ ୩ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ।