ଏମିତି ଏକ ବଙ୍ଗଳା । ଯେଉଁଠାରେ ରହିଲେ ଚାଲି ଯାଉଛି ମନ୍ତ୍ରୀ ପଦ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି କିଛି ଆଲୋଚନା ହେଉଛି ମହାରାଷ୍ଟ୍ରର ଏକ ବଙ୍ଗଳାକୁ ନେଇ । ବଙ୍ଗଳାର ନାଁ ହେଉଛି ରାମଟେକ ବଙ୍ଗଳା । ତେବେ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବା ପରେ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ସରକାରୀ ବଙ୍ଗଳା ଆବଣ୍ଟନ ପ୍ରକ୍ରିୟା ଚାଲିଛି ।
ମୁମ୍ବାଇର ଅପକମି ମାଲାବାର ହିଲରେ ଥିବା ଆଇକନିକ ରାମଟେକ ବଙ୍ଗଳା କୁ ନେଇ ବିଭିନ୍ନ ଆଲୋଚନ ।ପର୍ଯ୍ୟାଲୋଚନା ହେଉଛି । କୁହାଯାଉଛି ଏହି ବଙ୍ଗଳା କୁଆଡେ ଅଭିଶପ୍ତ । ଯାହାକୁ ମନ୍ତ୍ରୀ ମାନେ ନେବାକୁ ମନା କରିଦେଉଛନ୍ତି ।
ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ସରକାର ରାମଟେକ ବଙ୍ଗଳା ପ୍ରଦାନ କରିଥିଲେ। ସେ ଏହି ବଙ୍ଗଳା ପାଇଁ ରଙ୍କକ୍ସକ୍ଟ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ମୁଷୂର୍ତ୍ତରେ ଏହି ରାମଟେକ ବଙ୍ଗଳାକୁ ବିନିମୟ କରିବାକୁ ଆଲୋଚନା ହେଉଛି । କୁହାଯାଉଛି ଯେ ଏହି ବଙ୍ଗଳା ପଙ୍କଜା ମୁଣ୍ଡେଙ୍କୁ ଦିଆଯିବ ବୋଲି। ଅନ୍ୟପକ୍ଷରେ, ରାମଟେକ ବଙ୍ଗଳା କିଣିବାକୁ ପଙ୍କଜା ମୁଣ୍ଡେନ ମଧ୍ୟ ପ୍ରସ୍ତୁତ ବୋଲି ସୂତ୍ରରୁ ପ୍ରକାଶ। ବଙ୍ଗଳାର ଏତେସବୁ ସୁବିଧା ସୁଯୋଗ ଥାଇ ମଧ୍ୟ ଏଠାରେ ରହିବାକୁ ମନ୍ତ୍ରୀମାନେ ଅରାଜି। କୁହାଯାଏ ଏହି ବଙ୍ଗଳାରେ ଯେଉଁ ମନ୍ତ୍ରୀ ରହୁଛନ୍ତି ସେମାନେ ଭ୍ରଷ୍ଟାଚାରରେ ଲିପ୍ତ ହୋଇପଡିନ୍ତି କିମ୍ବା ଦ୍ବିତୀୟ ଥର ଆଉ ମନ୍ତ୍ରୀ ହୋଇପାରିନଥାନ୍ତି । ଏହି ବଙ୍ଗଳାରେ ପୂର୍ବରୁ ରହିଥିବା ମନ୍ତ୍ରୀମାନଙ୍କର ଯାଇଛି ମନ୍ତ୍ରୀପଦ ଏହା ରିପୋର୍ଟ କୁହେ ।
ଛଗନ ଭୁଜବଲ (ଏନସିପି): କଂଗ୍ରେସ-ଏନସିପି ମିଳିତ ସରକାର ସମୟରେ ଭୁଜବଲ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ କରି ରାମଟେକରେ ରହୁଥିଲେ। ୨୦୦୩ ରେ, ତାଙ୍କ ନାମ ତେଲଗି ଷ୍ଟାମ୍ପ ପେପର ସ୍କାମରେ ପ୍ରକାଶ ପାଇ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା।
ଏକନାଥ ଖଡସେ (ଏନସିପି): ବିଜେପି-ଶିବସେନା ସରକାରଙ୍କ ଅଧୀନରେ ୨୦୧୪ ରୁ ୨୦୧୬ ପର୍ୟ୍ୟନ୍ତ କୃଷି ମନ୍ତ୍ରୀ ଭାବରେ ଖଡସେ ରାମଟେକରେ ରହୁଥିବାବେଳେ ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଏହି ଅଭିଯୋଗ କାରଣରୁ ସେ ଇସ୍ତଫା ଦେଇଥିଲେ ।
ଖଗନ ଭୁଜବଲ (ଏନସିପି): ୨୦୧୯ ରେ ମହା ବିକାଶ ଆଗାଡି (MVA) ସରକାରରେ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ଭାବରେ ପ୍ରତ୍ୟାବର୍ତ୍ତନ କରି ଅଢେଇ ବର୍ଷ ମଧ୍ୟରେ ସରକାରଙ୍କ ପତନ ସହିତ ଭୁଜବଲଙ୍କ କାର୍ୟ୍ୟକାଳ ସମକକ୍ଷ ହୋଇଥିଲା।
ଦୀପକ କେସରକର (ସିନ୍ଦେ ସେନା): ପୂର୍ବରୁ ବିଦ୍ୟାଳୟ ଶିକ୍ଷା ତଥା ମରାଠୀ ଭାଷା ମନ୍ତ୍ରୀ କେସରକର ଅନ୍ୟ ଜଣେ ଅଧିବାସୀ ଥିଲେ ଯିଏ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସମ୍ପ୍ରତି ବିଧାନସଭା ନିର୍ବାଚନରେ ମହାୟୁତି ମିଳିତ ମଞ୍ଚ ସଫଳତା ପାଇଥିବାବେଳେ କେସରକର ଦେବେନ୍ଦ୍ର ଫଡନାଭିସଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇବାରେ ବିଫଳ ହୋଇଥିଲେ।