ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଏହାର ଦଳକୁ ଆହୁରି ବିସ୍ତାର କରିବାକୁ ଧ୍ୟାନ ଦେଉଛି। ଏହି କ୍ରମରେ ଗୁରୁବାର ଦିନ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ରେସଲର ତଥା ବଡି ବିଲଡରଙ୍କ ସମେତ ଅନେକ କ୍ରୀଡ଼ାବିତ୍ ଏହି ପାର୍ଟୀରେ ଯୋଗ ଦେଇଥିଲେ। କେଜ୍ରିୱାଲ କହିଛନ୍ତି ଯେ ପ୍ରାୟ ୭୦-୮୦ ବଡି ବିଲଡର ଏବଂ ରେସଲରମାନେ ଏହି ଦଳରେ ଯୋଗ ଦେଇଛନ୍ତି। ସେ ପାର୍ଟି କାର୍ୟ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତଙ୍କୁ ଦଳରେ ସ୍ୱାଗତ କରିଥିଲେ।
ଅରବିନ୍ଦ କେଜ୍ରିୱାଲ କ୍ରୀଡା ଏବଂ ଫିଟନେସ ସହ ଜଡିତ ତିଲକରାଜ, ରୋହିତ ଦଲାଲ ଏବଂ ଅକ୍ଷୟ ଦିଲୱାରୀଙ୍କୁ ଆମ୍ ଆଦମୀ ପାର୍ଟି କାର୍ୟ୍ୟାଳୟରେ ସ୍ୱାଗତ କରିଥିଲେ। ସେ କହିଛନ୍ତି ଯେ ତାଙ୍କ ସହିତ ପ୍ରାୟ ୭୦-୮୦ ବଡି ବିଲଡର ଏବଂ ଜିମ୍ ମାଲିକ ଯୋଗ ଦେଇଛନ୍ତି। ଏହା କେବଳ ପାର୍ଟିକୁ ମଜବୁତ କରିବ ନାହିଁ ବରଂ ସ୍ୱାସ୍ଥ୍ୟ ଏବଂ ଫିଟନେସ ସମ୍ବନ୍ଧୀୟ ପ୍ରସଙ୍ଗରେ ମଧ୍ୟ କାର୍ୟ୍ୟ କରିବ। ଆମ୍ ଆଦମୀ ପାର୍ଟିର ସଂଯୋଜକ କହିଛନ୍ତି ଯେ କୁସ୍ତିଯୋଦ୍ଧା ତଥା ଶରୀର ନିର୍ମାଣକାରୀଙ୍କ ଯୋଗଦାନ କେବଳ ପାର୍ଟିକୁ ମଜବୁତ କରିବ ନାହିଁ ବରଂ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସମ୍ବନ୍ଧୀୟ ପ୍ରସଙ୍ଗରେ ମଧ୍ୟ କାର୍ୟ୍ୟ କରିବ। ରାଜଧାନୀରେ କ୍ଷମତା ବଜାୟ ରଖିବା ପରେ AAP ଖେଳାଳିଙ୍କ ସମସ୍ୟାର ସମାଧାନ ଦିଗରେ କାର୍ୟ୍ୟ କରିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।
କେଜ୍ରିୱାଲ କହିଛନ୍ତି ଯେ ଆଗାମୀ ଦିନରେ ଆହୁରି ଅନେକ ଜିମ୍ ମାଲିକ ଏବଂ ଖେଳାଳି ଯୋଗଦେବେ। ଏହା ମଧ୍ୟ ନିର୍ବାଚନରେ ସହାୟକ ହେବ ଏବଂ ସେମାନଙ୍କ ଯୋଗଦାନରେ ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ। ସେ କହିଛନ୍ତି ଯେ ଆମ ସମସ୍ତଙ୍କ ପାଇଁ ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଶରୀର ଅଛି ତେବେ ସଂସାର ଅଛି ଜ୍ଝ ଏହି ଲୋକମାନେ ସୁସ୍ଥ ରହିବାକୁ ଲୋକଙ୍କୁ ବିଭିନ୍ନ ପ୍ରକାରର ତାଲିମ ଦିଅନ୍ତି । ଆଗାମୀ ଦିନରେ ଅଧିକ ଜିମ୍ ମାଲିକ ପାର୍ଟିରେ ଯୋଗ ଦେବାକୁ ଯାଉଛନ୍ତି।