ଭୁବନେଶ୍ୱରେ ସର୍ବାଧିକ ବସ୍ତି, ଉତ୍ତର ରଖୀଲେ କୃଷ୍ଣ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସ୍ତିରେ ରହୁଛନ୍ତି ୮୦୫୨୦ ପରିବାର । ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଧୀନ ବସ୍ତିରେ ୧୫୫୬୪ ପରିବାର । କଟକ ମହାନଗର ନିଗମ ଅଧୀନ ବସ୍ତିରେ ୨୩୨୯୬ ପରିବାର । ରାଉରକେଲା ମହାନଗର ନିଗମ ଅଧୀନ ବସ୍ତିରେ ୩୮୯୭୦ ପରିବାର ଓ ସମ୍ବଲପୁର ମହାନଗର ନିଗମ ଅଧୀନ ବସ୍ତିରେ ରହୁଛନ୍ତି ୩୬୭୪୫ ପରିବାର । ସମୁଦାୟ ପାଞ୍ଚ ମହାନଗର ନିଗମରେ ରହୁଛନ୍ତି ୧୯୫୦୯୫ ବସ୍ତି ପରିବାର । ଯେଉଁଥିରେ ଭୁବନେଶ୍ୱରରେ ସର୍ବାଧିକ ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର ।