ଆଇନକୁ ଉଲଘଂନ କଲେ ଯାତ୍ରା କଳା କାର । ବୁଷଧର ସାପ ସହ ଖେଳିଲେ । ଜିଅନ୍ତା ଘୁଷୁରୀ ମାରି ଖାଇଲେ । ଏହାକୁ ଦେଖିବାକୁ ଅଧିକ ସଂଖ୍ୟକ ଲୋକଙ୍କ ଭିଡ ଲାଗିଥିଲା । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ତେବେ କଥା ହେଉଛି ଯେ ଏପରି ଅମାନୁଷିକ କାର୍ଯ୍ୟକୁ କିପରି ପ୍ରଶୟ ଦେଉଥିଲେ ଲୋକେ । ଏଭଳି ବର୍ବର କାଣ୍ଡ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଂଜିଳି ବ୍ଲକ ରାଲବ ଗାଁରେ । ଗତ ୨୪ ତାରିଖରେ ଚାଲିଥିବା ରାମାୟଣ ନାଟକରେ ବନ୍ୟ ଜନ୍ତୁଙ୍କୁ ଖୋଲା ମଞ୍ଚରେ ଖେଳାଇବା କେତେ ଦୂର ଠିକ ବୋଲି ଦର୍ଶକ ପ୍ରଶ୍ନ ଉଠାଇଛନ୍ତି ।ଖାଲି ସେତିକି ନୁହେଁ ଯାତ୍ରା ମଞ୍ଚରେ ସାପ ଖେଳ କୁ ଦେଖିବା ପାଇଁ ପେଣ୍ଡଲ ଚାରିପଟେ ଘେରି ରହିଥିଲେ ଦର୍ଶକ । ଖୋଲା ମଞ୍ଚରେ ଉଭୟ ଲୋକ ଓ ସାପ ର ଜୀବନ ପ୍ରତି ବିପଦ ସାଜିଛି ଟିକେ ଅସାବନାତରେ କାମୁଡିଲେ ଚାଲିଯିବ ଜୀବନ ।ବନ୍ୟ ପ୍ରାଣୀ ଆଇନକୁ ଖୁଲମ ଖୁଲା ଉଲଂଘନ କରିଛନ୍ତି ସାପ ଧରାଳି । ସାପ ଖେଳ ସହ ଜୀଅନ୍ତା ଘୁଷୁରି ଖାଇବାର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି । ଏହାକୁ ନେଇ ପିସିସିଏଫ ୱାଇଲଡ଼ ଲାଇଫକୁ ଏକ ଟୁଇଟ କରି ଅଭିଯୋଗ କରିଛନ୍ତି ପଶୁପ୍ରେମୀ । ଅଭିଯୋଗ ପରେ ତଦନ୍ତ ଜାରି ରହିଥିବା କହିଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ । ଏହିପରି ଗଞ୍ଜାମ ଜିଲ୍ଲାରେ ଅନେକ ନାଟକରେ ବନ୍ୟ ପ୍ରାଣୀ ଆଇନ ଉଲଂଘନ ହେବାର ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ କହିଛନ୍ତି ତଦନ୍ତ ରିପୋର୍ଟ ଆସିଲେ ଦୋଷୀକଂ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।