ଡିସେମ୍ବର ୨୦ରେ ହେବ ରାଜ୍ୟ ସଭା ଉପନିର୍ବାଚନ

ଭୁବନେଶ୍ୱର : ଡିସେମ୍ବର ୨୦ରେ ହେବ ରାଜ୍ୟ ସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଦେଶରେ ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ସୁଜିତ କୁମାରଙ୍କ ଇସ୍ତଫା ପରେ  ଖାଲିପଡିଛି ଆସନ । ଓଡିଶାରୁ ରାଜ୍ୟସଭା ସଦସ୍ୟ ଥିଲେ ସୁଜିତ କୁମାର । ୧୦ ଡିସେମ୍ବର ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୨୦ ତାରିଖରେ ଉପନିର୍ବାଚନ ଫଳାଫଳ  ଆସିବ ।

ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ହରିୟାଣାରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ। ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ। ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଗୋଟିଏ ଆସନ। ସେପ୍ଟେମ୍ବର ୬ରେ ଇସ୍ତଫା ଦେଇଥିଲେ ସୁଜିତ କୁମାର।