ନୂଆଦିଲ୍ଲୀ: ମେକ୍ସିକୋରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକକୁ ପଛରୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ପ୍ରାୟ ୨୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେକ୍ସିକୋ କେନ୍ଦ୍ରୀୟ ରାଜମାର୍ଗରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୫ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି। ଏହି ବସ୍ ଟି ଆମେରିକା-ମେକ୍ସିକୋ ସୀମାରେ ଥିବା ଚିହୁଆହୁଆ ରାଜ୍ୟର ସିୟୁଡାଡ ଜୁଆରେଜକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି।