ବରିଷ୍ଠ ନାଗରିକଙ୍କତୃତୀୟ ଜମ୍ବୁବତୀ-ଭୀମସେନ ସ୍ମୃତି ସମ୍ମାନ

ଭୁବନେଶ୍ଵର : ପୂଜ୍ୟପୂଜାର ବିଧି ସମାଜକୁ ଆଲୋକିତ କରିଥାଏ। ଏହା କେବଳ ଯୁବ ପିଢ଼ିଙ୍କୁ ଅନୁପ୍ରାଣୀତ କରିବା ସହ ଏକ ସୁସ୍ଥ ଓ ସୁଦୃଢ଼ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ତୃତୀୟ ଜମ୍ବୁବତୀ ଭୀମସେନ ସ୍ମୃତି ସମ୍ବାନ ପ୍ରଦାନ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଯାଜପୁର ବ୍ଲକ୍ ଛତିଶଦେବିଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରିଷିପୁର ଗ୍ରାମର ୫ ବରିଷ୍ଠ ନାଗରିକଙ୍କୁ ତୃତୀୟ ଜମ୍ବୁବତୀ-ଭୀମସେନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି।

ଜମ୍ବୁବତୀ-ଭୀମସେନ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଶିଷ ସାଧୁ ତଥା ସାନଭୁବନପୁରର ଆନନ୍ଦ ପାଣି, ଛତିଶ ଦେବିଲର କାମଦେବ ବିଶ୍ବାଳ, ଠିଆର ଦେବିଲର ନରହରି ବିଶ୍ବାଳ ରିଷିପୁରର କେଶବଚନ୍ଦ୍ର ବିଶ୍ବାଳ ଓ ବିଚିତ୍ରାନନ୍ଦ ବିଶ୍ବାଳଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଡଃ ଆଶୁତୋଷ ବଳ ମୁଖ୍ୟ ଅତିଥି, ସାହିତ୍ୟିକ ଶୈଳଜାଶଙ୍କର ସାମଲ ମୁଖ୍ୟ ବକ୍ତା ଓ ସୁଜନପୁର ସେବା ସମବାୟ ସମିତିର ସଭାପତି କୁଳମଣି ବିଶ୍ବାଳ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବରିଷ୍ଠ ନାଗରିକଙ୍କୁ ଏପରି ସମ୍ମାନର ଭୂୟସୀ ପ୍ରଶଂସା କରିଥିଲେ।

ଜମ୍ବୁବତୀ-ଭୀମସେନ ସ୍ମୃତି ପରିଷଦ ସଭାପତି ସରୋଜ ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସୁଜନପୁର ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ସୁକାନ୍ତ କୁମାର ବିଶ୍ବାଳ ସ୍ବାଗତ ଭାଷର ପ୍ରଦାନ କରିଥିଲେ। ପରିଷଦ ସମ୍ପାଦ ସଞ୍ଜୀବ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲାବେଳେ ଅଶୋକ ବିଶ୍ବାଳ, ଅନନ୍ୟା ଅନ୍ୟତମା ବିଶ୍ବାଳ, ସାଗରିକା ବିଶ୍ବାଳ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ।