ପୂର୍ବତନ ରାଜ୍ୟସଭା ସାଂସଦ ତଥା ପୂର୍ବତ୍ତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ

ବ୍ୟୁରୋ : ପୂର୍ବତନ ରାଜ୍ୟସଭା ସାଂସଦ ଧନେଶ୍ୱର ମାଝୀଙ୍କ ଦେହାନ୍ତ। ପାଞ୍ଚ ଥର ବିଧାୟକ ରହିସାରିଥିଲେ ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ। କେସିଙ୍ଗା ଓ ନର୍ଲାରୁ ପାଞ୍ଚ ଥର ବିଧାୟକ ହୋଇଥିଲେ ଶ୍ରୀ ମାଝୀ। ୮୩ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ଶ୍ରୀ ମାଝୀ। କେସିଙ୍ଗା ସ୍ଥିତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।