ଆଗାମୀ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୭ % ରହିବ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା କାଲି ଉପସ୍ଥାପନ ହେବ ବଜେଟ । ଏହା ପୂର୍ବରୁ ସରକାର ଉପସ୍ଥାପନ କରିଛନ୍ତି ଅର୍ଥନୈତିକ ସର୍ଭେ ରିପୋର୍ଟ । ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏଥିରେ ସରକାର କୃଷି, ବେସରକାରୀ କ୍ଷେତ୍ର, ପିପିପିକୁ ପ୍ରାଧାନ୍ୟ ଦେଇଥିବା ଦର୍ଶା ଯାଇଛି । ସର୍ଭେରେ ଏଫୱାଇ – ୨୫ରେ ଦେଶର ଜିଡିପି ଉଲ୍ଲେଖ ହୋଇଛି ।
ଆଗାମୀ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬.୫ରୁ ୭ ରହିବ ବୋଲି କୁହାଯାଇଛି । ସେହିପରି ଆର୍ଥିକ ଅଭିୃଦ୍ଧି ହାର ୮.୨ ପ୍ରତିଶତ ରହିଛି । ୪ଟି ତ୍ରୈମାସିକରୁ ୩ଟିରେ ୮ପ୍ରତିଶତ ପାର କରିଛି ଜିଡିପି । ବହୁ ଆହ୍ୱାନ ସତ୍ତେ୍ୱ ଗତ ବର୍ଷ ପରି ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ଗତିଶୀଳ ରହିଛି । ବିଶ୍ୱରେ ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ, ଜଳବାୟୁ ପରିବର୍ତ୍ତନଜନିତ ଅନିୟମିତତା ପାଇଁ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତି ଚାପକୁ ପ୍ରଶାସନିକ ଓ ମୁଦ୍ରାନୀତି ମାଧ୍ୟମରେ ଭରଣା କରାଯାଇଛି । ୨୦୨୩ ଆର୍ଥିକ ବର୍ଷରେ ହାରାହାରରି ୬.୭ ପ୍ରତିଶତ ଖୁଚୁରା ମୁଦ୍ରାସ୍ଫିତି ୨୦୨୪ରେ ୫.୪ ପ୍ରତିଶତକୁ ଖସିଛି ।
କରୋନା ପରେ ଦେଶର ଅର୍ଥିକ ଅଭିବୃଦ୍ଧି ଘଟିଛି । ୨୦୨୪ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ୨୦୨୦ ତୁଳନାରେ ୨୦ ପ୍ରତିଶତ ଅଧିକ ରହିଥିବା ସର୍ଭେ ରିପୋର୍ଟରେ ଦର୍ଶା ଯାଇଛି ।