ସୁପ୍ରିମ କୋର୍ଟ ନିଟ ୟୁଜି ବିବାଦ ଉପରେ ଏକ ବଡ ନିର୍ଦ୍ଦେଶ ଦେଇିଛନ୍ତିା କୋର୍ଟ ଏନଟିଏ ନିର୍ଦ୍ଦେଶ ଦେଇଛନ୍ତି କି, ଆସନ୍ତା ୨୦ ସୁଦ୍ଧା ପରୀକ୍ଷାର ଫଳ ପ୍ରକାଶ କରାଯାଉ । ସହର ଓ କେନ୍ଦ୍ର ଅନୁଯାୟୀ ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସବୋର୍ଚ୍ଚ କୋର୍ଟା ଏଥିସହ ପରୀକ୍ଷା ବାତିଲ ପାଇଁ ହୋଇଥିବା ଆବେଦନ ଖାରଜ କରି କୋର୍ଟ କହିଛନ୍ତି କି, ଲୋକ ଟଙ୍କା ପାଇଁ ଏମିତି କରୁଛନ୍ତି ଓ ଯେକେହି ଏଥିରୁ ଅର୍ଥ ରୋଜଗାର କରୁଛନ୍ତି, ସେ ଏହାକୁ ବ୍ୟାପକ ଭାବେ ପ୍ରସାରିତ କରିବ ନାହିାଁ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ ବି ପାରଦିବାଲ ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ବେଞ୍ଚ ଆଜି ମାମଲାର ଶୁଣାଣି କରିବା ସମୟରେ କୋର୍ଟଙ୍କୁୁ ଯାଚିକା କର୍ତ୍ତାଙ୍କ ଓକିଲ କହିଲେ କି, ଖୋଲା ଇ-ରିକ୍ସାରେ ଏକ ଟ୍ରଙ୍କକୁ ହଜାରିବାଗର ଓଏସିସ ସ୍କୁଲକୁ ନିଆଯାଇଥିଲା । ସେଠାରେ ସ୍କୁଲର ପ୍ରିନ୍ସିପାଲଙ୍କୁ ସେହି ଟ୍ରଙ୍କ ଦିଆଯାଇଥିଲା । ଟ୍ରଙ୍କକୁ ବ୍ୟାଙ୍କରେ ରଖା ଯାଇ ନ ଥିଲା । ଏନଟିଏ ଦ୍ୱାରା ଆୟୋଜିତ ଏହି ପରୀକ୍ଷାରେ ଅନେକଗୁଡିଏ ତ୍ରୁଟି ରହିଛି । ଏହା ପୂର୍ବରୁ ୬ ଦିନ ଯାଏ ଏହି ପ୍ରଶ୍ନପତ୍ର ଏକ ଘରୋଇ କୋରିୟର କମ୍ପାନୀ ନିକଟରେ ଥିଲା । ନିଟ ପରି ପରୀକ୍ଷାରେ ପରି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏପରି ଦାୟିତ୍ୱହୀନତାକୁ ଗ୍ରହଣ କରାଯାଇ ନ ପାରେ ।
ଆହୁରି ଆବେଦନକାରୀଙ୍କ ଓକିଲ କହିଥିଲେ କି, ୩ ମେ’ରୁ ଲିକ ହୋଇଥିବା ପେପର ଟେଲିଗ୍ରାମ ଜରିଆରେ ମିଳିଥିଲା । ଯାହାକୁ ସେ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ । ଅନ୍ୟପଟେ ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ କି, ୭ ପେପରର ପରୀକ୍ଷା ଦେବାର ଥିଲା ଓ ସେମାନଙ୍କୁ ୨୫-୨୫ ପ୍ରଶ୍ନ ନିର୍ଦ୍ଧାରିତ କରାଯାଇଥିଲ।। ସିଜେଆଇ କହିଥିଲେ କି, ଏହା ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ କରାଯାଇଥିବା ପରି ପରିଲକ୍ଷିତ ହେଉଛି । ତେବେ ଏହି ଅନୁଚିତ ଲାଭ ହାସଲ କରିଥିବା ଛାତ୍ରଙ୍କ ସଂଖ୍ୟା ୧୫୦ରୁ ଅଧିକ ହୋଇ ନ ଥିବ ବୋଲି ସିଜେଆଇ ଆକଳନ କରିଛନ୍ତି । ତେବେ ଏହି ପରୀକ୍ଷାକୁ ତମାସା ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ପରୀକ୍ଷାକୁ ବଦନାମ କରିବାକୁ ଏପରି କେହି କରିନାହିଁ, ବରଂ ଅର୍ଥ ରୋଜଗାର କରିବାକୁା ତେଣୁ ଏକ ନିର୍ଦ୍ଧିଷ୍ଟ ବର୍ଗ ମଧ୍ୟରେ ଏହାକୁ ପ୍ରସାର କରାଯାଇଛିା